ସୋମବାର ଠାରୁ ଘରେ ପହଁଚିବ ମଦ

ଭୁବନେଶ୍ୱର : ଲକଡାଉନରେ ମଦର ହୋମ ଡେଲିଭରି ପାଇଁ ଅବକାରୀ ବିଭାଗ ଅନୁମତି ପ୍ରଦାନ କରିବା ପରେ ଖୋର୍ଦ୍ଧା ଜିଲ୍ଲାରେ ଆରମ୍ଭ ହେବାକୁ ଯାଉଛି । ଖୋର୍ଦ୍ଧା ଜିଲ୍ଲାପାଳ ଏ ହୋମ ଡେଲିଭରି ପାଇଁ ଅନୁମତି ପ୍ରଦାନ କରିଛନ୍ତି । ସୋମବାରଠାରୁ ଭୁବନେଶ୍ୱର ସହର ସମେତ ଖୋର୍ଦ୍ଧା ଜିଲ୍ଲାରେ ଲୋକ ହୋମ ଡେଲିଭରି ମାଧ୍ୟମରେ ମଦ ପାଇପାରିବେ । ଓଡ଼ିଶା ରାଜ୍ୟ ପାନୀୟ ନିଗମ (ଓଏସବିସି) ୱେବସାଇଟକୁ ଯାଇ ସେଠାରେ ଉପଲବ୍ଧ ହୋମ ଡେଲିଭରି ଅପନସକୁ କ୍ଲିକ କଲେ ମଦ ଦୋକାନର ନାଁ ଏବଂ ନମ୍ବର ଉପଲବ୍ଧ ରହିଛି । ସେହି ନମ୍ବରରେ ଫୋନ କରି ଅର୍ଡର କଲେ ଡେଲିଭରି ବଏ ଘରେ ନେଇ ମଦ ପହଞ୍ଚାଇପାରିବେ । ସୋମବାରଠାରୁ ଶୁକ୍ରବାର ପର୍ଯ୍ୟନ୍ତ ସକାଳ ୭ଟାରୁ ଅପରାହ୍ନ ୫ଟା ପର୍ଯ୍ୟନ୍ତ ହୋମ ଡେଲିଭରି ହେବ । ସଟଡାଉନରେ ମଦ ଦୋକାନ ବନ୍ଦ ରହିବ । ସେହିପରି କଣ୍ଟେନମେଣ୍ଟ ଜୋନରେ ଥିବା ମଦ ଦୋକାନ ବନ୍ଦ ରହିବ ବୋଲି ଜଣାପଡ଼ିଛି । ମିଳିଥିବା ସୂଚନା ଅନୁସାରେ, ମଦର ହୋମ ଡେଲିଭରି ପାଇଁ ଅବକାରୀ ବିଭାଗ ସଚିବ ଗତ ୧୩ ତାରିଖରେ ଅବକାରୀ କମିସନରଙ୍କୁ ଅନୁମତି ପ୍ରଦାନ କରିଥିଲେ । ଜିଲ୍ଲାପାଳମାନେ ନିଜ ନିଜ ଅଞ୍ଚଳର ସ୍ଥିତି ଦେଖି ହୋମ ଡେଲିଭରି ପାଇଁ ଅନୁମତି ଦେଇପାରିବେବୋଲି ଚିଠିରେ ଉଲ୍ଲେଖ ରହିଥିଲା ।  ଖୋର୍ଦ୍ଧା ଜିଲ୍ଲାପାଳ ଅନୁମତି ପ୍ରଦାନ କରିଛନ୍ତି । ଅଫ ସପ, ଅନ ସପ, ସିଏଲ ଦୋକାନୀ ହୋମ ଡେଲିଭରି କରିପାରିବେ ବୋଲି ଜଣାପଡ଼ିଛି । ସରକାରଙ୍କ ଗାଇଡଲାଇନ ଅନୁସାରେ ଏହି ହୋମ ଡେଲିଭରି ହେବ ବୋଲି ଜଣାପଡ଼ିଛି ।

Related Articles

Leave a Reply

Your email address will not be published.

Back to top button