ସିଲ ହେବ ଏସବିଆଇ ମୁଖ୍ୟ କାର୍ଯ୍ୟାଳୟ

ଭୁବନେଶ୍ୱର:  ପୁଣି ନିଜର କାୟା ବିସ୍ତାର କରି ଚାଲିଛି କରୋନା।  ଓଡ଼ିଶାରେ କରୋନା ଗ୍ରାଫ ଧୀରେ ଧୀରେ ଉପରମୁହାଁ ହେଉଛି । ଦିନକୁ ଦିନ କରୋନା ଲମ୍ବଡିଆଁ ମାରୁଛି ।  ଗତ କିଛି ଦିନ ହେଲା ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା  ବୃଦ୍ଧି ପାଉଛି । ରାଜ୍ୟରେ କରୋନା ଚିତ୍ର ଦିନକୁ ଦିନ ଭୟାନକ ଆଡ଼କୁ ଯାଉଛି ।  ତେବେ ଏହାରି ଭିତରେ ଏକ ବଡ଼ ଖବର ସାମନାକୁ ଆସିଛି ।  ତାହା ହେଲା ଭୁବନେଶ୍ୱରସ୍ଥିତ ଏସବିଆଇ କାର୍ଯ୍ୟାଳୟକୁ ଖୁବଶୀଘ୍ର ସିଲ କରାଯିବ ।  ଏସବିଆଇ ମୁଖ୍ୟ କାର୍ଯ୍ୟାଳୟରେ ୭ ଜଣ କର୍ମଚାରୀ ପଜିଟିଭ ଚିହ୍ନଟ ପରେ ଏହି ପଦକ୍ଷେପ ନିଆଯିବ ।  ବିଏମସି ପକ୍ଷରୁ ଆସନ୍ତା ସୋମବାର ଓ ମଙ୍ଗଳବାର ଦୁଇ ଦିନ ପାଇଁ ଏସବିଆଇ ମୁଖ୍ୟ କାର୍ଯ୍ୟାଳୟକୁ ସିଲ କରାଯିବ ।  ଏନେଇ ସୂଚନା ଦେଇଛନ୍ତି ବିଏମସି କମିଶନର ପ୍ରେମଚନ୍ଦ୍ର ଚୌଧୁରୀ । ସିଲ ପରେ କାର୍ଯ୍ୟାଳୟକୁ ସାନିଟାଇଜ କରାଯିବ । ଏଥିସହ ଚିହ୍ନଟ  କର୍ମଚାରୀଙ୍କ କଣ୍ଟାକ୍ଟ ଟ୍ରେସିଂ କରାଯିବା ସହ ବାକି କର୍ମୀଚାରୀଙ୍କ ଟେଷ୍ଟିଂ କରାଯିବ ବୋଲି ଜଣାଯାଇଛି । 

Related Articles

Leave a Reply

Your email address will not be published.

Back to top button