ସରପଞ୍ଚମାନଙ୍କୁ ମୁଖ୍ୟ ଶାସନ ସଚିବ ଦେଲେ ପରାମର୍ଶ

ଭୁବନେଶ୍ୱର:  ଟ୍ୱିନ ସିଟି ଭୁବନେଶ୍ୱର ଓ କଟକରେ ଗୋଷ୍ଠୀ ସଂକ୍ରମଣ ଭଳି ପରିସ୍ଥିତି ସୃଷ୍ଟି କରିଛି  ।  ନାଇଟ କର୍ଫ୍ୟୁ ଓ ସପ୍ତାହାନ୍ତ ସଟଡାଉନ ସତ୍ତ୍ୱେ ସଂକ୍ରମଣ ଥମିବାର ନା ନେଉନି ।  ଏଭଳି ସ୍ଥିତିରେ କରୋନା ଚେନ ଭାଙ୍ଗିବାକୁ  ରାଜ୍ୟ ସରକାର ଏକ ବଡ଼ ଘୋଷଣା କରିଛନ୍ତି । ତାହା ହେଲା ଆସନ୍ତା ମେ’ ୫ରୁ ସାରାରାଜ୍ୟରେ ଲକଡାଉନ ଘୋଷଣା କରାଯାଇଛି । ମେ’ ୫ରୁ ୧୯ ତାରିଖ ପର୍ଯ୍ୟନ୍ତ ଲକଡାଉନ ଘୋଷଣା କରାଯାଇଛି ।  ତେବେ ଏହି ସମୟରେ ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର ସରପଞ୍ଚମାନଙ୍କୁ ସେମାନଙ୍କ ଦାୟିତ୍ୱ ସମ୍ପର୍କରେ କହିବା ସହ ସେମାନଙ୍କୁ କିଛି ପରାମର୍ଶ ମଧ୍ୟ ଦେଇଛନ୍ତି ।  ବାହାରୁ ଆସୁଥିବା ଲୋକମାନଙ୍କୁ ହୋମ କ୍ୱାରେଣ୍ଟାଇନରେ ରଖିବାକୁ ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର ସରପଞ୍ଚମାନଙ୍କୁ ପରାମର୍ଶ ଦଇଛନ୍ତି ।  ଯାହା ଘରେ ବ୍ୟବସ୍ଥା ନଥିବ, ସେମାନଙ୍କୁ ସରକାରୀ କ୍ୱାରେଣ୍ଟାଇନରେ ରଖିବାକୁ ମୁଖ୍ୟ ଶାସନ ସଚିବ ଶ୍ରୀ ମହାପାତ୍ର ସରପଞ୍ଚମାନଙ୍କୁ ପରାମର୍ଶ ଦଇଛନ୍ତି ।

 

Related Articles

Leave a Reply

Your email address will not be published.

Back to top button