ସରପଞ୍ଚ ସୌମ୍ୟଙ୍କ ନାଁରେ ଅନାସ୍ଥା

ନୟାଗଡ଼: ନୟାଗଡ଼ ଲକ୍ଷ୍ମୀପ୍ରସାଦ ପଞ୍ଚାୟତ ସରପଂଚଙ୍କ ନାଁରେ ଅନାସ୍ଥା ପ୍ରସ୍ତାବ ଦିଆଯାଇଛି  । ସରପଂଚ ସୌମ୍ୟରଂଜନ ପ୍ରଧାନଙ୍କ ନାଁରେ ଅନାସ୍ଥା ଆଣିଛନ୍ତି ୱାର୍ଡସଭ୍ୟ ।  ଅନାସ୍ଥା ଆଣି ଉପଜିଲ୍ଲାପାଳଙ୍କୁ ଦାବି ପତ୍ର ଦେଇଛନ୍ତି ୱାର୍ଡ ସଭ୍ୟ । ଏହି ପଞ୍ଚାୟତର ୧୫ ୱାର୍ଡସଭ୍ୟଙ୍କ ମଧ୍ୟରୁ ୧୩ ଜଣ ଅନାସ୍ଥା ପ୍ରସ୍ତାବରେ ଦସ୍ତଖତ କରିଥିବା ଜଣାଯାଇଛି। ସେମାନେ ଉପଜିଲ୍ଲାପାଳଙ୍କୁ ଦାବିପତ୍ର ଦେଇଛନ୍ତି। ଏହି ଅନାସ୍ଥା ପ୍ରସ୍ତାବ ଉପରେ ଆସନ୍ତା ୨୦ ତାରିଖରେ ଲକ୍ଷ୍ମୀପ୍ରସାଦ ଗ୍ରାମପଞ୍ଚାୟତ କାର୍ୟ୍ୟାଳୟରେ ଭୋଟ ଗ୍ରହଣ ହେବ ବୋଲି ଉପଜିଲ୍ଲାପାଳ ପତ୍ର ଲେଖି ସରପଞ୍ଚ ସୌମ୍ୟରଂଜନ ପ୍ରଧାନଙ୍କୁ ଜଣାଇଛନ୍ତି। ପରୀ ହତ୍ୟା ପ୍ରସଙ୍ଗରେ ଅରୁଣ ସାହୁଙ୍କ ବିରୋଧରେ ଅଭିଯୋଗ ଆଣି ସୌମ୍ୟରଂଜନ ପ୍ରଧାନ ଏଭଳି ଆକ୍ରୋଶର ଶିକାର ହୋଇଥିବା ନୟାଗଡ଼ରେ ଚର୍ଚ୍ଚା ହେଉଛି। ପରୀ ମୃତ୍ୟୁ ଘଟଣାରେ ଚର୍ଚ୍ଚିତ ଥିଲେ ସରପଂଚ ସୌମ୍ୟରଂଜନ । ସୌମ୍ୟଙ୍କୁ କୃଷି ମନ୍ତ୍ରୀଙ୍କ ଧମକ ଅଡିଓ ଭାଇରାଲ ପରେ ଚର୍ଚ୍ଚିତ ଥିଲେ  । ନୟାଗଡ଼ ପରୀ ହତ୍ୟା ମାମଲାକୁ ନେଇ  କୃଷିମନ୍ତ୍ରୀ ଅରୁଣ ସାହୁଙ୍କ ବିରୋଧରେ ବିସ୍ଫୋରକ ବୟାନ ଦେଇଥିଲେ  ପରୀର ଗାଁ ଲକ୍ଷ୍ମୀପ୍ରସାଦ ସରପଞ୍ଚ ସୌମ୍ୟ ପ୍ରଧାନ ।  ପରୀ ହତ୍ୟାର ମୁଖ୍ୟ ଅଭିଯୁକ୍ତ ବାବୁଲିକୁ ଘଣ୍ଟ ଘୋଡ଼ାଯାଉଥିବା ଶ୍ରୀ ପ୍ରଧାନ କହିଥିଲେ ।  ମନ୍ତ୍ରୀ ଅରୁଣ ସାହୁ ବାବୁଲିକୁ ଘଣ୍ଟ ଘୋଡ଼ାଉଥିବା ସେ କହିଥିଲେ ।  ଶ୍ରୀ ପ୍ରଧାନ କହିଥିଲେ ଯେ, ବାବୁଲି ଉପସ୍ଥିତିରେ ପରୀର ବାପା ଓ ମା’ଙ୍ଗୁ ମାଡ଼ ହୋଇଥିଲା ।  ଏହାକୁ ନେଇ ମୁଁ ମନ୍ତ୍ରୀ ଅରୁଣ ସାହୁଙ୍କୁ ଫୋନ କରି ଜଣାଇଥିଲି ।  ମନ୍ତ୍ରୀ କହିଲେ ସେ ନୟାଗଡ଼ରେ ନାହିଁ, ମୋ ପାଖରେ ଅଛି ।  କିନ୍ତୁ  ସେତେବେଳକୁ ବାବୁଲି ଘଟଣା ସ୍ଥଳରେ ଥିବା ପ୍ରମାଣ ଦେଇଥିଲି ।  ଏଥିରୁ ସ୍ପଷ୍ଟ ହେଉଛି ଯେ ବାବୁଲିକୁ ମନ୍ତ୍ରୀ ଘଣ୍ଟ ଘୋଡ଼ାଉଥିଲେ ବୋଲି  ଲକ୍ଷ୍ମୀପ୍ରସାଦ ସରପଞ୍ଚ ସୌମ୍ୟ ପ୍ରଧାନ କହିଥିଲେ। ଏହାଛଡ଼ା ପରୀ ହତ୍ୟା ଘଟଣାରେ ମୁଁ ମୂଳରୁ ଚୂଳ ଯାଏଁ ଅଛି ।  ଏହାକୁ ନେଇ ମୁଁ ମୁହଁ ଖୋଲିବାରୁ ବିଭିନ୍ନ ପ୍ରକାର ଧମକଚମକ ମିଳୁଛି । ଏନେଇ ଯଦି ମୋର କିମ୍ବା ମୋ ପରିବାର କିଛି ହୁଏ ତେବେ  ସେଥିପାଇଁ ମନ୍ତ୍ରୀ ଅରୁଣ ସାହୁ ସମ୍ପୂର୍ଣ୍ଣ ଦାୟୀ ରହିବେ । ଏହାଛଡ଼ା  କ’ଣ ପାଇଁ  ଜଣେ ୫ ବର୍ଷର କୁନି ଝିଅକୁ ଅପହରଣ କରି ହତ୍ୟା କରାଯିବ ।  ଅଙ୍ଗ ତସ୍କରୀ ପାଇଁ ପରୀକୁ ହତ୍ୟା କରାଯାଇଥିବା ସନ୍ଦେହ ହେଉଛି ।  କୌଣସି ଏକ ବଡ଼ ଲୋକଙ୍କ ଠାରେ ପରୀର ଅଙ୍ଗ ଲଗାଯାଇଛି ବୋଲି  ସରପଞ୍ଚ ସୌମ୍ୟ ପ୍ରଧାନ କହିଥିଲେ ।

Related Articles

Leave a Reply

Your email address will not be published.

Back to top button