ସବୁ ପଞ୍ଜୀକୃତ ଚାଷୀଙ୍କ ଧାନ କିଣାଯିବ: ମନ୍ତ୍ରୀ

ଭୁବନେଶ୍ୱର: ଧାନମଣ୍ଡି ସମସ୍ୟା ନେଇ ଶୁକ୍ରବାର ବିଭାଗୀୟ ମନ୍ତ୍ରୀ ରଣେନ୍ଦ୍ର ସ୍ୱାଇଁ ଗୃହରେ ବିବୃତି ରଖିଛନ୍ତି । ମାର୍ଚ୍ଚ ୩୧ ତାରିଖ ସୁଦ୍ଧା  ସମସ୍ତ ପଞ୍ଜୀକୃତ ଚାଷୀଙ୍କ ଧାନ କିଣାଯିବ ବୋଲି ମନ୍ତ୍ରୀ କହିଛନ୍ତି ।  ଏହାଛଡ଼ା ସେ କହିଛନ୍ତି ଯେ, ଧାନକିଣା ଜାରି ରହିଛି । ଏଯାଏ ୬୧.୨୪ ଲକ୍ଷ ମେଟ୍ରିକ ଟନ କିଣାଯାଇଛି ।  ବିଗତ ଖରିଫ ଋତୁ ତୁଳନାରେ ଏ ବର୍ଷ ୧୮% ଅଧିକ ଧାନ କିଣାଯାଇଛି ।  ଚାଷୀଙ୍କ ଧାନ ବିକ୍ରି ସମସ୍ୟା ନହେବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିର୍ଦ୍ଦେଶ ଦେଇଛନ୍ତି ।  ବିଭିନ୍ନ ଜିଲ୍ଲାରେ ଧାନ କିଣା ନେଇ ଥିବା ସମସ୍ୟାର ତଦନ୍ତ ଚାଲିଛି ।  ପଞ୍ଜୀକୃତ ଚାଷୀ ଧାନ କିଣାରୁ ବଞ୍ଚିତ ହେବେ ନାହିଁ ।  ଯେଉଁ ବିଧାୟକ ନିର୍ଦ୍ଧିଷ୍ଟ ଅଭିଯୋଗ କରିବେ ତାର ସମାଧାନ କରିବୁ ବୋଲି ମନ୍ତ୍ରୀ ରଣେନ୍ଦ୍ର ସ୍ୱାଇଁ ଗୃହରେ ବିବୃତି ରଖିଛନ୍ତି । 

ଗତକାଲି ମୁଖ୍ୟମନ୍ତ୍ରୀଙ୍କ ସହ ବିଜେପି ବିଧାୟକଙ୍କ ଆଲୋଚନା ପରେ ଆଜି ଗୃହ ସ୍ୱାଭାବିକ ହୋଇଥିଲା। ଦୀର୍ଘ ୬ ଦିନ ପରେ ଗୃହକାର୍ୟ୍ୟ ସ୍ୱାଭାବିକ ହୋଇଥିଲା। ମୁଖ୍ୟମନ୍ତ୍ରଙ୍କ ନିର୍ଦ୍ଦେଶ କ୍ରମେ ଆଜି ଗୃହରେ ଧାନ କିଣା ପ୍ରସଙ୍ଗକୁ ନେଇ ଗୃହରେ ଉତ୍ତର ରଖିଛନ୍ତି ବିଭାଗୀୟ ମନ୍ତ୍ରୀ ।

Related Articles

Leave a Reply

Your email address will not be published.

Back to top button