ଲୋକସଭା ବାଚସ୍ପତିଙ୍କୁ କରୋନା

ନୂଆଦିଲ୍ଲୀ: କରୋନାର କାୟା ଧୀରେ ବୃଦ୍ଧି ପାଇବାରେ ଲାଗିଛି । ଜଣକ ପରେ ଜଣଙ୍କୁ ଆକ୍ରାନ୍ତ କରିବାରେ ଲାଗିଛି । ସେ ଗରିବ ହେଉ କି ଧନୀ । କାହାକୁ ବି  ଛାଡ଼ୁନାହିଁ । ଏହାରି ଭିତରେ ଆଉ ଜଣେ ପ୍ରତିଷ୍ଠିତ ବ୍ୟକ୍ତି କରୋନାରେ ଆକ୍ରାନ୍ତ ହୋଇଛନ୍ତି । ସେ ହେଉଛନ୍ତି ଲୋକସଭା ବାଚସ୍ପତି ଓମ ବିର୍ଲା । ସେ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି ।  ଗତ ୧୯ ତାରିଖରେ ସେ ଆକ୍ରାନ୍ତ ଚିହ୍ନଟ ପରେ  ଗତକାଲି ସେ ଦିଲ୍ଲୀ ଏମସରେ ଭର୍ତ୍ତି ହୋଇଛନ୍ତି ।  ଏମସ କୋଭିଡ ସେଣ୍ଟରରେ ତାଙ୍କୁ ଭର୍ତ୍ତି କରାଯାଇଥିବାବେଳେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ଥିବା ସୂଚନା ମିଳିଛି ।

Related Articles

Leave a Reply

Your email address will not be published.

Back to top button