ଲୋକମାନେ ଭୟଭୀତ ହେବାର କୌଣସି କାରଣ ନାହିଁ: କେଜ୍ରିଓ୍ବାଲ

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ ଗତ ୨୪ ଘଣ୍ଟାରେ ୩୫୮୩ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଦିଲ୍ଲୀ ବର୍ତ୍ତମାନ କରୋନା ଭାଇରସର ଚତୁର୍ଥ ଲହରୀର ସାମନା କରୁଛି । ସଂକ୍ରମଣ ନିୟନ୍ତ୍ରଣ କରିବା ଲାଗି ସରକାର ଯଥାସମ୍ଭବ ପ୍ରୟାସ କରୁଛନ୍ତି । ତେଣୁ ଲୋକମାନେ ଭୟଭୀତ ହେବାର କୌଣସି କାରଣ ନାହିଁ । ଦିଲ୍ଲୀବାସୀଙ୍କୁ ଏଭଳି ପ୍ରତିଶ୍ରୁତି ଦେଇଛନ୍ତି ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ । ଏକ ଉଚ୍ଚସ୍ତରୀୟ ବୈଠକରେ ସେ କରୋନା ସ୍ଥିତିର ସମୀକ୍ଷା କରିଥିଲେ । ବୈଠକରେ ସ୍ୱାସ୍ଥ୍ୟମନ୍ତ୍ରୀ ସତ୍ୟେନ୍ଦ୍ର ଜୈନ ଏବଂ ବିଭାଗର ଅନ୍ୟ ବରିଷ୍ଠ ଅଧିକାରୀମାନେ ଯୋଗ ଦେଇଥିଲେ । କେଜରିୱାଲ କହିଥିଲେ କରୋନା ସଂକ୍ରମଣ ତୀବ୍ର ଗତିରେ ବଢ଼ିବାରେ ଲାଗିଛି । କିନ୍ତୁ ମୃତ୍ୟୁହାର ବହୁତ କମ୍ ରହିଛି । ହସ୍ପିଟାଲ ଓ ଆଇସିୟୁରେ ଭର୍ତ୍ତି ହେବା ରୋଗୀଙ୍କ ସଂଖ୍ୟା କମ ରହିଛି । ରୋଗ ନିୟନ୍ତ୍ରଣ କରିବା ଲାଗି ସରକାର ସମସ୍ତ ପ୍ରକାର ପଦକ୍ଷେପ ଗ୍ରହଣ କରୁଛନ୍ତି । ସଂକ୍ରମଣ ବଢ଼ୁଥିଲେ ମଧ୍ୟ ସରକାର ଲକଡାଉନ ଲାଗୁ କରିବା କଥା ଏବେ ଚିନ୍ତା କରି ନାହାନ୍ତି । ଏଭଳି କୌଣସି ଯୋଜନା ମଧ୍ୟ ନାହିଁ ।

Related Articles

Leave a Reply

Your email address will not be published.

Back to top button