ଲାଲୁଙ୍କୁ ଜାମିନ୍

ରାଞ୍ଚି: ଝାଡଖଣ୍ଡ ହାଇକୋର୍ଟ ଶନିବାର ଆରଜେଡି ସୁପ୍ରିମୋ ତଥା ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ଲାଲୁ ପ୍ରସାଦ ଯାଦବଙ୍କୁ ଗୋଖାଦ୍ୟ ଦୁର୍ନୀତି ମାମଲାରେ ଜାମିନ୍ ପ୍ରଦାନ କରିଛନ୍ତି । ମିଳିଥିବା ସୂଚନା ମୁତାବକ ଲାଲୁଙ୍କ ଓକିଲ  ସଜାର ଅଧା ସମୟ ବିତିଯାଇଥିବା ଆଧାରରେ ଜାମିନ୍ ଯାଚିକା ଦାଖଲ କରିଥିଲେ । ଯାହାକୁ ମଞ୍ଜୁର କରି ଆରଜେଡି ମୁଖ୍ୟଙ୍କୁ ଜାମିନ୍ ପ୍ରଦାନ କରିଛନ୍ତି । ସୂଚନା ଥାଉକି ଲାଲୁ ଯାଦବ ଏବେ ଦିଲ୍ଲୀ ସ୍ଥିତ ଅଖିଳ ଭାରତୀୟ ଆୟୁର୍ବିଜ୍ଞାନ ସଂସ୍ଥାନରେ  ଗତ ଲମ୍ବା ସମୟ ଧରି ଚିକିତ୍ସିତ ହେଉଛନ୍ତି । ଡିସେମ୍ବର ୨୦୧୭ରୁ ଜେଲ୍‌ଦଣ୍ଡାଦେଶ ପାଇଥିବା ୭୨ ବର୍ଷିୟ ଲାଲୁ ଅଧିକାଂଶ ସମୟ ଝାଡ଼ଖଣ୍ଡର ‘ରାଜେନ୍ଦ୍ର ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ମେଡିକାଲ୍‌ ସାଇନ୍‌ସେସ୍‌ ହସ୍ପିଟାଲ୍‌’ରେ କଟାଇଥିଲେ। ସ୍ୱାସ୍ଥ୍ୟାବସ୍ଥାରେ ଅଧିକ ଅବନତି ଘଟିବାରୁ ଜାନୁଆରି ମାସରେ ତାଙ୍କୁ ଦିଲ୍ଲୀ ସ୍ଥାନାନ୍ତର କରାଯାଇଥିଲା।

Related Articles

Leave a Reply

Your email address will not be published.

Back to top button