ଲକଡାଉନ କୋହଳ: ବଜାର ଓ ମଲ ପାଇଁ ଅଡ-ଇଭିନ ଫର୍ମୁଲା

ନୂଆଦିଲ୍ଲୀ:  ପୂର୍ବରୁ ଦିଲ୍ଲୀରେ ପରିବେଶ ପ୍ରଦୂଷଣକୁ ଦୃଷ୍ଟିରେ ରଖି ଯାନବାହାନ କ୍ଷେତ୍ରରେ ଅଡ-ଇଭିନ ଫର୍ମୁଲା ପ୍ରୟୋଗ କରାଯାଇଥିଲା । କିନ୍ତୁ ଏବେ କରୋନା ଲକଡାଉନ କୋହଳ ପରେ ବଜାର ଓ ମଲ ଖୋଲିବା ପାଇଁ ଅଡ-ଇଭିନ ଫର୍ମୁଲା ପ୍ରୟୋଗ କରାଯିବ । ଦିଲ୍ଲୀରେ ଲକଡାଉନ କୋହଳ ନେଇ ମୁଖ୍ୟମନ୍ତ୍ରୀ  ଅରବିନ୍ଦ କେଜ୍ରିୱାଲ ଘୋଷଣା କରିଛନ୍ତି ।  ତେବେ ବର୍ତ୍ତମାନର ଲକଡାଉନ ସୋମବାର ସରୁଥିଲେ ବି ସମ୍ପୂର୍ଣ୍ଣ ଉଠିବନି ।  ଲକଡାଉନ ଜାରି ରହିବ କିନ୍ତୁ କଟକଣା କୋହଳ କରାଯିବ ।

ଦିଲ୍ଲୀରେ ବଜାର ଓ ମଲ ଅଡ-ଇଭିନ ଫର୍ମୁଲାରେ ଖୋଲାଯିବ ।  ନମ୍ବର ଅନୁଯାୟୀ ଦିନେ ଛାଡ଼ି ଦିନେ ଖୋଲିବ ଦୋକାନ ଓ ମଲ ।  ଅଇ-ଇଭିନରେ ଦିନ ୧୦ରୁ ରାତି ୮ଟା ଯାଏଁ ଦୋକାନ ଖୋଲା ରହିବ ।  ଗଳି ଦୋକାନ, ଗୋଟି ଗୋଟିକିଆ ଦୋକାନ ସବୁ ଦିନ ଖୋଲାଯିବାକୁ ନିଷ୍ପତ୍ତି ନିଆଯାଇଛି ।  ଅନ୍ୟପକ୍ଷରେ ଦିଲ୍ଲୀରେ ସଂକ୍ରମଣ ଏବେ ନିୟନ୍ତ୍ରଣରେ ଥିବା କେଜ୍ରିୱାଲ କହିଛନ୍ତି ।  ସମ୍ଭାବ୍ୟ ତୃତୀୟ ଲହର ପାଇଁ ଦିଲ୍ଲୀ ସରକାର ପ୍ରସ୍ତୁତ ହେଉଛନ୍ତି ।  ୨୫ଟି ଅକ୍ସିଜେନ ଟ୍ୟାଙ୍କର କିଣାଯିବ । ଏହାଛଡ଼ା ୬୪ଟି ଅକ୍ସିଜେନ ପ୍ଲାଣ୍ଟ ସ୍ଥାପନ କରାଯିବ ବୋଲି ମୁଖ୍ୟମନ୍ତ୍ରୀ  ଅରବିନ୍ଦ କେଜ୍ରିୱାଲ କହିଛନ୍ତି ।

Related Articles

Leave a Reply

Your email address will not be published.

Back to top button