ରୋଗୀଙ୍କ ଉପରେ ଛିଣ୍ଡି ପଡ଼ିଲା ଫ୍ୟାନ

ଆଇସିୟୁରେ ଭର୍ତ୍ତି

କଟକ : କଟକ ବଡ ମେଡିକାଲରେ ବଡ ଦୁର୍ଘଟଣା। ଏସ୍‌ସିବିର ସର୍ଜରୀ ବିଭାଗରେ ଘୁରୁଥିବା ଅବସ୍ଥରେ ଖସିପଡିଲା ଫ୍ୟାନ। ଫଳରେ ଜଣେ ମହିଳା ରୋଗୀ ଗୁରୁତର ହୋଇଛନ୍ତି। ତାଙ୍କୁ ଆଇସିୟୁରେ ଭର୍ତ୍ତି କରାଯାଇଛି। ଯାଜପୁର ଜିଲ୍ଲାର ଜଣେ ମହିଳା ୪ ଦିନ ତଳେ ଏସସିବିରେ ଭର୍ତ୍ତି ହୋଇଥିଲେ । ନିଆଁରେ ପୋଡି ଯାଇଥିବାରୁ ତାଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ତେବେ ସେ ସର୍ଜରୀ ବିଭାଗରେ ଚିକିତ୍ସିତ ହେଉଥିଲେ ।

ଶୋଇଥିବା ଅବସ୍ଥାରେ ହଠାତ ଫ୍ୟାନଟ ତାଙ୍କ ଉପରେ ଛିଣ୍ଡି ପଡିଥିଲା ଏହାପରେ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଅଧିକ ଗୁରୁତର ହୋଇଥିଲା । ଏବେ ତାଙ୍କୁ ଆଇସିୟୁକୁ ପଠାଯାଇଛି ।

Related Articles

Leave a Reply

Your email address will not be published.

Back to top button