ରାଜ୍ୟରେ ସିରିଏଲ ଓ ଚଳଚ୍ଚିତ୍ର ସୁଟିଂ ବନ୍ଦ

ଭୁବନେଶ୍ୱର : ରାଜ୍ୟରେ ଧାରାବାହିକ ଓ ସିନେମା ସୁଟିଂ ବନ୍ଦ କରାଯାଇଛି  । କରୋନା ସଂକ୍ରମଣ ବୃଦ୍ଧି ପାଉଥିବାରୁ ସୁଟିଂ ବନ୍ଦ କରିବାକୁ ସ୍ୱତନ୍ତ୍ର ରିଲିଫ କମିଶନର ପ୍ରଦୀପ ଜେନା ନିର୍ଦ୍ଦେଶ ଦେଇଛନ୍ତି  । ଇନଡୋର ବା ଆଉଟଡୋର ସୁଟିଂ କରାଯାଇପାରିବ ନାହିଁ ବୋଲି ସେ ସ୍ପଷ୍ଟ ଭାବେ କହିଛନ୍ତି  । ଏନେଇ ବିଭିନ୍ନ ବିଭାଗ ପଦକ୍ଷେପ ଗ୍ରହଣ କରିବାକୁ ମଧ୍ୟ ସେ  ନିର୍ଦ୍ଦେଶ ଦେଇଛନ୍ତି  । ସୂଚନାଯୋଗ୍ୟଯେ, ସମ୍ପ୍ରତି କରୋନା ସଂକ୍ରମଣ ଥମିବାର ନାଁ ଧରୁନାହିଁ  । ତେବେ କେତେକ ସ୍ଥାନରେ ସୁଟିଂ ହେଉଥିବା ସରକାରଙ୍କ ଦୃଷ୍ଟିଗୋଚର ହୋଇଛି  । ସୁଟିଂ ପାଇଁ ବହୁ ଲୋକ ବି ଏକତ୍ରିତ ହେଉଥିବା ଦେଖିବାକୁ ମିଳିଛି  । ଏହାଦ୍ୱାରା କରୋନା ବ୍ୟାପିବାର ଆଶଙ୍କା ରହିଛି  । ସେହିପରି କେତେକ ସ୍ଥାନରେ ବାହାରେ ସୁଟିଂ କରାଯାଉଥିବାବେଳେ ଆଉ କେତେକ ସ୍ଥାନରେ ଘର ଭିତରେ ବି ସୁଟିଂ ହେଉଛି  । କରୋନା ସଂକ୍ରମଣ ନକମିବା ପର୍ଯ୍ୟନ୍ତ ସୁଟିଂ ବନ୍ଦ ରଖିବା ପାଇଁ ଏସଆରସି ନିର୍ଦ୍ଦେଶନାମା ଜାରି କରିଛନ୍ତି  ।

Related Articles

Leave a Reply

Your email address will not be published.

Back to top button