ରାଜ୍ୟରେ ରେମଡେସିଭିର ଅଭାବ: ଡ୍ରଗ୍ସ କଣ୍ଟ୍ରୋଲର

ଭୁବନେଶ୍ୱର : ରାଜ୍ୟରେ ଭୟଙ୍କର ହେଉଛି କରୋନା ସ୍ଥିତି ।  ବଢୁଛି କରୋନାର କାୟା ।  ସ୍ଥିତି ହେଉଛି ବେକାବୁ । ଓଡ଼ିଶାରେ କରୋନା ମହାମାରୀର ମହାସମର ଆରମ୍ଭ ହୋଇଯାଇଛି । କରୋନା ଏବେ ଲମ୍ବ ଡିଆଁ ମାରି ଗୋଟିକ ପରେ  ଗୋଟିଏ ଜିଲ୍ଲାରେ ପ୍ରବେଶ କରିବା ସହ ଆତଙ୍କ ଖେଳାଇ ଚାଲିଛି । ଦିନକୁ ଦିନ ଆକ୍ରାନ୍ତଙ୍କ ସଂଖ୍ୟା ବଢି ଚାଲିଛି । ଏହାରି ଭିତରେ ଆଉ ଏକ ବଡ଼ ଖବର ସାମନାକୁ ଆସିଛି ।  ତାହା ହେଲା ରାଜ୍ୟରେ ରେମଡେସିଭିର ଅଭାବ ରହିଛି । ଏନେଇ ସୂଚନା ଦେଇଛନ୍ତି ଡ୍ରଗ୍ସ କଣ୍ଟ୍ରୋଲର ଅନ୍ନଦା ଦାସ । ସେ କହିଛନ୍ତି ଯେ, ଏପ୍ରିଲ ୨୧ରୁ ୩୦ ଯାଏ ୨୧ ହଜାର ଭାଏଲ ଦେବାକୁ କେନ୍ଦ୍ର କହିଛି ।  ଦୈନିକ କିଛି କିଛି ରେମଡେସିଭିର ଭାଏଲ ମିଳୁଛି । ଗତକାଲି ୯୧୨ ଭାଏଲ ମିଳିଛି ।  ଆମେ ଯାହା ପାଉଛୁ ଘରୋଇ ହସ୍ପିଟାଲକୁ ଦେଉଛୁ ।  ଘରୋଇ ମେଡିସିନ ଦୋକାନୀ ରେମଡେସିଭିର ରଖିପାରିବେ ନାହିଁ ।  ତେବେ ଫାବି ଫ୍ଲୁ ଅଭାବ ନାହିଁ  । ଫାବି ଫ୍ଲୁ ରାଜ୍ୟରେ ଚିହ୍ନଟ ଘରୋଇ ମେଡିସିନ ଦୋକାନରେ ମିଳିପାରିବ ବୋଲି ଡ୍ରଗ୍ସ କଣ୍ଟ୍ରୋଲର ଅନ୍ନଦା ଦାସ କହିଛନ୍ତି ।  

Related Articles

Leave a Reply

Your email address will not be published.

Back to top button