ରାଜ୍ୟ କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି

ଭୁବନେଶ୍ୱର: ସୋମବାର ରାଜ୍ୟ କ୍ୟାବିନେଟର ବୈଠକ ଅନୁଷ୍ଠିତ ହୋଇଯାଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ଅନୁଷ୍ଠିତ ହୋଇଯାଇଛି ।  ଏହି ବୈଠକରେ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି ।  ତାହା ହେଲା ଭୁବନେଶ୍ୱରରେ ହେବ ବାଗଚି-କରୁଣାଶ୍ରୟ ପାଲିଆଟିଭ କେୟା ସେଣ୍ଟର । ଏହି ପାଲିଆଟିଭ କେୟା ସେଣ୍ଟର ପାଇଁ ବାଗଚୀ ଦମ୍ପତ୍ତି  ୧୩୦ କୋଟି ଟଙ୍କା ଦେବେ ।  ସୁବ୍ରତ ବାଗଚୀ ଓ ସସ୍ମିତା ବାଗଚୀ ଏହି ପାଲିଆଟିଭ କେୟା ସେଣ୍ଟର ପାଇଁ ୧୩୦ କୋଟି ଟଙ୍କା ଦେବେ । ପାଲିଆଟିଭ କେୟା ସେଣ୍ଟର ପାଇଁ ରାଜ୍ୟ ସରକାର ମାଗଣାରେ ୨୦ ଏକର ଜମି ଦେବେ ବୋଲି କ୍ୟାବିନେଟ ବୈଠକରେ ନିଷ୍ପତ୍ତି ହୋଇଛି ।  ପାଲିଆଟିଭ କେୟା ସେଣ୍ଟରରେ ରୋଗୀଙ୍କୁ ସମ୍ପୂର୍ଣ୍ଣ ମାଗଣା ଚିକିତ୍ସା ମିଳିବ ।  ସେହିପରି ଭୁବନେଶ୍ୱରରେ ବାଗଚୀ-ଶ୍ରୀ ଶଙ୍କର କର୍କଟ ହସ୍ପିଟାଲକୁ ମଞ୍ଜୁରୀ ମିଳିଛି ।  କ୍ୟାନସର ହସ୍ପିଟାଲ ପାଇଁ ସୁବ୍ରତ-ସୁସ୍ମିତା ବାଗଚୀ ୨୧୦ କୋଟି ଟଙ୍କା ଦେବେ ।  କ୍ୟାନସର ହସ୍ପିଟାଲ ପାଇଁ ରାଜ୍ୟ ଇନଫୋସିଟି-୨ରେ ୨୦ ଏକର ଜମି ଦେବେ ।  ଜାନୁଆରୀ ୨୦୧୪ ସୁଦ୍ଧା ୨୫୦ ଶଯ୍ୟାରେ ଚିକିତ୍ସା ସୁବିଧା ମିଳିବ ।  ସମ୍ପୂର୍ଣ୍ଣ ମାଗଣା ଚିକିତ୍ସା ପାଇଁ ୨୫ ପ୍ରତିଶତ ଶଯ୍ୟା ଅଲଗା ରଖାଯିବ ବୋଲି କ୍ୟାବିନେଟ ବୈଠକରେ ନିଷ୍ପତ୍ତି ନିଆଯାଇଛି ।

Related Articles

Leave a Reply

Your email address will not be published.

Back to top button