ରତ୍ନସିଂହାସନ ଫଟୋ ଭାଇରାଲ୍‌

ପୁରୀ: ଶ୍ରୀମନ୍ଦିର ରତ୍ନସିଂହାସନରେ ଅଧିଷ୍ଠିତ ଚତୁର୍ଦ୍ଧାମୂର୍ତ୍ତିଙ୍କ ଫଟୋ ସାମାଜିକ ଗଣମାଧ୍ୟମରେ ପୁଣି ଭାଇରାଲ୍‌ ହୋଇଛି । ଜଣେ  ପଶ୍ଚିମବଙ୍ଗ ପର୍ଯ୍ୟଟକ ଏହି ଫଟୋକୁ ଫେସବୁକ୍‌ରେ ଭାଇରାଲ କରିଛନ୍ତି । ଏନେଇ ଶ୍ରୀମନ୍ଦିର ପ୍ରଶାସନ କହିଛି ଘଟଣାଟି ପ୍ରଶାସନର ଦୃଷ୍ଟିକୁ ଆସିଛି । ସୂଚନା ଓ ପ୍ରଯୁକ୍ତି ବିଦ୍ୟା ବିଶେଷଜ୍ଞଙ୍କ ସହାୟତାରେ ଫଟୋଟି କମ୍ପ୍ୟୁଟରରେ ପ୍ରସ୍ତୁତ ହୋଇଛି ନା ଏହା ରତ୍ନସିଂହାସନ ବିଜେ ଚତୁର୍ଦ୍ଧାମୂର୍ତ୍ତିଙ୍କ ଫଟୋ ସେନେଇ ଯାଞ୍ଚ କରାଯାଉଛି । ଫଟୋ ଭାଇରାଲ୍‌ କରିଥିବା ୟୁଜରଙ୍କ ଫେସ୍‌ବୁକ ଆକାଉଣ୍ଟକୁ ବି ଯାଞ୍ଚ କରାଯାଇ ରେକର୍ଡ କରାଯାଇଛି । ତଦନ୍ତ ପରେ ଯାହା କିଛି କାର୍ୟ୍ୟାନୁଷ୍ଠାନ ନିଆଯିବ ବୋଲି ଶ୍ରୀମନ୍ଦିର ପ୍ରଶାସନ ସୂଚନା ଦେଇଛି । ଏନେଇ ଶ୍ରୀମନ୍ଦିର ପ୍ରଶାସନର ସୁରକ୍ଷା ପ୍ରଶାସକ ସିଂହଦ୍ୱାର ଥାନାରେ ଘଟଣାର ତଦନ୍ତ ପାଇଁ ଲିଖିତ ଏତଲା ଦେଇଛନ୍ତି । ଏନେଇ ଏକ ମାମଲା ରୁଜୁ ହୋଇଥିବା ସିଂହଦ୍ୱାର ଥାନା ଅଧିକାରୀ କହିଛନ୍ତି ।

Related Articles

Leave a Reply

Your email address will not be published.

Back to top button