ମେ’ ୫ ରୁ ୧୯ ସାରା ରାଜ୍ୟରେ ଲକଡାଉନ୍

ଭୁବନେଶ୍ୱର: କରୋନା ସଂକ୍ରମଣ ଏବେ ସାଂଘାତିକ ସ୍ଥିତିରେ  । କରୋନା ଏବେ ବେକାବୁ  ତଥା ବେଲଗାମ ହୋଇଯାଇଛି । ଯାହାକୁ ନେଇ ସମସ୍ତେ ଉଦବିଗ୍ନ ଓ ଭୟଭୀତ ।  କରୋନା ସଂକ୍ରମଣର ନିଆଁ ଏବେ ହୁତ ହୁତ ହୋଇ ଜଳୁଛି ।  କରୋନା ଶୃଙ୍ଖଳ ଭାଙ୍ଗିବାକୁ ବିଭିନ୍ନ ସତର୍କତାମୂଳକ ପଦକ୍ଷେପ ସତ୍ତ୍ୱେ କରୋନା ଆକ୍ରାନ୍ତ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଉଛି । ଟ୍ୱିନ ସିଟି ଭୁବନେଶ୍ୱର ଓ କଟକରେ ଗୋଷ୍ଠୀ ସଂକ୍ରମଣ ଭଳି ପରିସ୍ଥିତି ସୃଷ୍ଟି କରିଛି  ।  ନାଇଟ କର୍ଫ୍ୟୁ ଓ ସପ୍ତାହାନ୍ତ ସଟଡାଉନ ସତ୍ତ୍ୱେ ସଂକ୍ରମଣ ଥମିବାର ନା ନେଉନି । ଏଭଳି ସ୍ଥିତିରେ କରୋନା ଚେନ ଭାଙ୍ଗିବାକୁ  ରାଜ୍ୟ ସରକାର ଏକ ବଡ଼ ଘୋଷଣା କରିଛନ୍ତି । ତାହା ହେଲା ଆସନ୍ତା ମେ’ ୫ରୁ ସାରାରାଜ୍ୟରେ ଲକଡାଉନ ଘୋଷଣା କରାଯାଇଛି। ମେ’ ୫ରୁ ୧୯ ତାରିଖ ପଯୟ୍ୟନ୍ତ ଲକଡାଉନ ଘୋଷଣା କରାଯାଇଛି ।  ଏହି ଲକଡାଉନ ଅବଧି ମଧ୍ୟରେ ସରକାର କେଉଁ ସେବାକୁ ଅନୁମତି ଦେଇଛନ୍ତି ଆସନ୍ତୁ ଜାଣିବା….

– ଲକଡାଉନ ସମୟରେ ଟିକାକରଣ ଜାରି ରହିବ।

– ଲୋକେ ନିଜର କୋଭିଡ ପରୀକ୍ଷା କରାଇପାରିବେ।

– ନିର୍ବାଚନୀ କାର୍ଯ୍ୟ ଉପରେ କୌଣସି କଟକଣା ରହିବ ନାହିଁ।

– ରାଜ୍ୟ ଭିତରେ ଓ ବାହାରେ ଅବାଧରେ ଚଳାଚଳ କରିବ ଆମ୍ବୁଲାନ୍ସ।

– ଜାରି ରହିବ ବ୍ୟାଙ୍କ ଓ ଏଟିଏମ ସେବା।

– ଲୋକେ ହୋଟେଲ ବା ରେସ୍ତୋରାଁରେ ବସି ଖାଇ ପାରିବେ ନାହିଁ। କେବଳ ପାର୍ସଲ ନେବାକୁ ଅନୁମତି ଦିଆଯିବ।

– ଲକଡାଉନ ଓ ସଟଡାଉନ ସମୟରେ ଅନଲାଇନ ଡେଲିଭରୀ ଓ ହୋମ ଡେଲିଭରୀକୁ ମିଳିବ ଅନୁମତି।

– ସମସ୍ତ ପ୍ରକାରର ଔଷଧ ଦୋକାନ ଖୋଲା ରହିବ।

– କ୍ଷୀର, ମାଛ, ମାଂସ ଓ ଅଣ୍ଡା ଦୋକାନ ଖୋଲା ରହିବ। କିନ୍ତୁ ଦୋକାନ ମଧ୍ୟରେ ୩୦ଫୁଟ ଦୂରତା ରହିବ।

– ପରିବହନ ସେବା କଟକଣା ମୁକ୍ତ ହେବ।

– ହସ୍ପିଟାଲ, କ୍ଲିନିକ, ନର୍ସିଂହୋମ, ଟେଲି ମେଡିସିନ ସେବା ଜାରି ରହିବ।

– ଗ୍ୟାରେଜ ଓ ଗାଡ଼ି ମରାମତି ଦୋକାନ ଖୋଲା ରହିବ।

– ଘରଠୁ ୫୦୦ମିଟର ଦୂରତା ଭିତରେ ସକାଳ ୬ରୁ ମଧ୍ୟାହ୍ନ ୧୨ଟା ଭିତରେ ସୋମବାରରୁ ଶୁକ୍ରବାର ଅତ୍ୟାବଶ୍ୟକ ସାମଗ୍ରୀ କିଣିପାରିବେ ଲୋକେ। ଶନିବାର ଓ ରହିବାର ଏହି ସେବା ଉପଲବ୍ଧ ହେବ ନାହିଁ।

– ଔଷଧ ଦୋକାନକୁ ଯାଇ ଲୋକେ ଔଷଧ କିଣିପାରିବେ।

– ସକାଳ ୫ଟାରୁ ୮ଟା ପର୍ଯ୍ୟନ୍ତ ଖବରକାଗଜ ବିତରଣ ହେବ।

– ବୈଦୁତିକ, ମୁତ୍ରିତ ଏବଂ ୱେବ ମିଡିଆକୁ ଅନୁମତି।

– ପେଟ୍ରୋଲ ପମ୍ପ ଓ ରୋଷେଇ ଗ୍ୟାସ ଯୋଗାଣକୁ ଅନୁମତି।

– ସମ୍ପୂର୍ଣ୍ଣ କଟକଣା ମୁକ୍ତ ରହିବ ଚାଷ ସମ୍ପର୍କିତ କାର୍ଯ୍ୟକ୍ରମ।

– ସେବା ଯୋଗାଇବେ ଇଲେକ୍ଟ୍ରିସିଆନ,ମୋଟର ମେକାନିକ, ପାଇପ ମିସ୍ତ୍ରୀ

ଲକଡାଉନ ସମୟରେ କ’ଣ ବନ୍ଦ ରହିବ?

– ଯାତ୍ରୀବାହୀ ବସ ଚଳାଚଳ ଉପରେ କଟକଣା।

– ଅଟୋ ରିକ୍ସା, ଟ୍ୟାକ୍ସି, କ୍ୟାବ ଚଳାଚଳ ଉପରେ କଟକଣା।

– ସମସ୍ତ ଶିକ୍ଷାନୁଷ୍ଠାନ ଓ କୋଚିଂ ସେଣ୍ଟର ବନ୍ଦ।

– ସିନେମା ହଲ୍, ମଲ୍, ଜିମ୍, ସୁଇମିଂ ପୁଲ, ପାର୍କ ଓ ବାର ବନ୍ଦ।

– ବିବାହ କାର୍ଯ୍ୟ ପାଇଁ ସର୍ବାଧିକ ୫୦ଜଣଙ୍କୁ ଓ ଅନ୍ତିମ ସଂସ୍କାର ପାଇଁ ସର୍ବାଧିକ ୨୦ଜଣଙ୍କୁ ଅନୁମତି।

– ସାପ୍ତାହିକ ଓ ଦୈନିକ ହାଟ ଚାଲିପାରିବ ନାହିଁ।

– ସାମାଜିକ, ଧାର୍ମିକ, ରାଜନୈତିକ ସମାବେଶ ଉପରେ କଟକଣା।

– ଯାତ୍ରା, ଅପେରା, ସ୍ପା, ସେଲୁନ, ବ୍ୟୁଟି ପାର୍ଲର ବନ୍ଦ ରହିବ।

– ମନ୍ଦିର ଭିତରକୁ ଭକ୍ତଙ୍କ ପ୍ରବେଶ ମନା।

Related Articles

Leave a Reply

Your email address will not be published.

Back to top button