ମେ’ ୧୭ରୁ ଖୋଲିବ କେଦାରନାଥ ମନ୍ଦିର

ଡେରାଡୁନ୍: ଦେଶର ପ୍ରଖ୍ୟାତ ଶୈବପୀଠ କେଦାରନାଥ ମନ୍ଦିର ଭକ୍ତଙ୍କ ଦର୍ଶନାର୍ଥେ ଆସନ୍ତା ମେ’ ୧୭ ତାରିଖ ଭୋର୍ ୫ଟା ବେଳେ ଖୋଲିବ। ଏନେଇ ଗୁରୁବାର ଉତ୍ତରାଖଣ୍ଡ ଚାର୍ ଧାମ୍ ଦେବସ୍ଥାନମ୍ ପରିଚାଳନା ବୋର୍ଡ ପକ୍ଷରୁ ମୁଖପାତ୍ର ସୂଚନା ଦେଇଛନ୍ତି। ଆସନ୍ତା ମେ’ ୧୪ ତାରିଖରେ ଭଗବାନ ଶିବ ଉଖିମଠସ୍ଥିତ ଓମକାରେଶ୍ବର ମନ୍ଦିରରେ ଥିବା ବାସସ୍ଥାନ ଛାଡ଼ିବେ। ପରେ ଆସନ୍ତା ମେ’ ୧୭ ତାରିଖରେ ଭକ୍ତମାନେ ଭଗବାନ ଶିବଙ୍କୁ କେଦାରନାଥ ମନ୍ଦିରଠାରେ ଦର୍ଶନ କରିପାରିବେ ବୋଲି ମୁଖପାତ୍ର ଜଣକ କହିଛନ୍ତି। ଗତ ନଭେମ୍ବର ୧୬ ତାରିଖରେ ଶେଷ ଥର ପାଇଁ ଭକ୍ତମାନେ କେଦାରନାଥ ମନ୍ଦିରରେ ଦର୍ଶନ କରିପାରିଥିଲେ।

ଏହାପରେ ଶୀତ ଦିନ ସକାଶେ ମନ୍ଦିର ବନ୍ଦ ରହିଥିଲା। ସେହିପରି ବଦ୍ରିନାଥ ମନ୍ଦିର ମଧ୍ୟ ଆସନ୍ତା ମେ’ ୧୮ତାରିଖରେ ଖୋଲିବ। ଏହି ମନ୍ଦିରଟି ଗତ ନଭେମ୍ବର ୧୯ ତାରିଖରୁ ବନ୍ଦ ରହିଛି। ଆହୁରି ଗଙ୍ଗୋତ୍ରୀ ଓ ଯମୁନୋତ୍ରୀ ମନ୍ଦିର ମଧ୍ୟ ଆସନ୍ତା ମେ’ ୧୪ ତାରିଖରେ ଖୋଲିବ ବୋଲି ଜଣାପଡ଼ିଛି। ଏହି ୪ଟି ମନ୍ଦିର ଖୋଲିବା ପରେ ଚଳିତ ବର୍ଷ ଚାରି ଧାନ ଯାତ୍ରା ଆରମ୍ଭ ହେବ। ଉପରୋକ୍ତ ୪ଟି ଧାମ ଶୀତ ଦିନରେ ବରଫାବୃତ୍ତ ରହୁଥିବାରୁ ଏହାକୁ ପାଖାପାଖି ୬ ମାସ ପର୍ଯ୍ୟନ୍ତ ବନ୍ଦ ରଖାଯାଇଥାଏ। ଶୀତଦିନ ହଟିବା ପରେ ପ୍ରତିବର୍ଷ ଏପ୍ରିଲ୍ ଓ ମେ’ରେ ପୁଣିଥରେ ଏହି ଚାରି ଧାମକୁ ସାଧାରଣ ଭକ୍ତଙ୍କ ଦର୍ଶନାର୍ଥେ ଖୋଲାଯାଇଥାଏ।

Related Articles

Leave a Reply

Your email address will not be published.

Back to top button