ମେ ମାସରେ ୧୨ ଦିନ ବ୍ୟାଙ୍କ ବନ୍ଦ

ନୂଆଦିଲ୍ଲୀ : ମେ ମାସରେ ଯଦି ବ୍ୟାଙ୍କରେ କୌଣସି ଜରୁରୀ କାମ ଥାଏ, ତେବେ ୩ ତାରିଖ ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ପଡ଼ିବ । କାରଣ ପ୍ରଥମ ଦୁଇଦିନ ବ୍ୟାଙ୍କ ବନ୍ଦ ରହିବ । ୧ ତାରିଖ ଶ୍ରମିକ ଦିବସ (ମେ’ଡେ) ଏବଂ ୨ ତାରିଖ ରବିବାର ପଡୁଛି । ତେବେ ଏହି ମାସରେ ବ୍ୟାଙ୍କ ମୋଟ ୧୨ ଦିନ ବନ୍ଦ ରହିବ ବୋଲି ଜଣାପଡ଼ିଛି । ମେ ମାସର ପ୍ରଥମ ଦୁଇଦିନ ବ୍ୟାଙ୍କ ବନ୍ଦ ରହିବା ପରେ ୭ ତାରିଖରେ ଜମାତୁଲ ବିଦା, ୮ରେ ଦ୍ୱିତୀୟ ଶନିବାର ଓ ୯ ରବିବାର ଯୋଗୁ ବ୍ୟାଙ୍କ ବନ୍ଦ ରହିବ । ୧୩ ତାରିଖ ଇଦଉଲ-ଫିତର, ୧୪ରେ ଇଦ ଓ ଅକ୍ଷୟତୃତୀୟା ଏବଂ ୧୬ ରେ ରବିବାର । ୨୨ରେ ଚତୁର୍ଥ ଶନିବାର ଓ ୨୩ରେ ରବିବାର ଯୋଗୁଁ ବ୍ୟାଙ୍କ ଖୋଲିବ ନାହିଁ । ସେହିଭଳି ୨୬ ତାରିଖରେ ବୁଦ୍ଧ ପୂର୍ଣ୍ଣିମା ଏବଂ ୩୦ ରେ ରବିବାର ପଡୁଥିବାରୁ ବ୍ୟାଙ୍କ ବନ୍ଦ ରହିବ । ଏହିଭଳି ଭାବେ ଆସନ୍ତା ମାସରେ ବ୍ୟାଙ୍କ ଗୁଡ଼ିକ ମୋଟ ୧୨ ଦିନ ବନ୍ଦ ରହିବ । ଫଳରେ ଗ୍ରାହକମାନେ ମୌଳିକ ବ୍ୟାଙ୍କ ସେବାରୁ ବଞ୍ଚିତ ହେବେ । ଉଲ୍ଲେଖଯୋଗ୍ୟ, ଦେଶରେ କରୋନା ସଂକ୍ରମଣ ବୃଦ୍ଧି ପାଇବା ପରିପ୍ରେକ୍ଷୀରେ ବ୍ୟାଙ୍କ ଗୁଡ଼ିକର କାରବାର ସମୟ ୪ ଘଣ୍ଟାକୁ ସୀମିତ କରାଯାଇଛି । ବ୍ୟାଙ୍କିଙ୍ଗ ସମୟ ସକାଳ ୧୦ଟା ରୁ ଅପରାହ୍ନ ୨ଟା ପର୍ଯ୍ୟନ୍ତ ହେବ ବୋଲି ଭାରତୀୟ ବ୍ୟାଙ୍କ ସଂଘ (ଆଇବିଏ) ପକ୍ଷରୁ ବ୍ୟାଙ୍କ ଗୁଡ଼ିକୁ ଚିଠି ଲେଖି କୁହାଯାଇଛି ।

Related Articles

Leave a Reply

Your email address will not be published.

Back to top button