ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଲେ ତ୍ରିଭେନ୍ଦ୍ର ସିଂହ ରାୱତ

ଭୁବନେଶ୍ୱର : ଉତରାଖଣ୍ଡ ମୁଖ୍ୟମନ୍ତ୍ରୀ ପଦ ଛାଡ଼ିଛନ୍ତି ତ୍ରିଭେନ୍ଦ୍ର ସିଂହ ରାୱତ  । ଗତକାଲି ସେ ନୂଆଦିଲ୍ଲୀରେ ବିଜେପିର ବରିଷ୍ଠ ନେତାମାନଙ୍କ ସହ ଆଲୋଚନା କରିଥିଲେ  । ସେବେଠାରୁ ସେ ପଦ ଛାଡ଼ିବେ ବୋଲି ଚର୍ଚ୍ଚା ହେଉଥିଲା  । ଆଜି ଶ୍ରୀ ରାୱତ ରାଜ୍ୟପାଳ ବେବିରାଣୀ ମୌର୍ଯ୍ୟଙ୍କୁ ନିଜର ଇସ୍ତଫା ପତ୍ର ପ୍ରଦାନ କରିଛନ୍ତି  । ଅପରପକ୍ଷରେ ରାୱତଙ୍କ ପରେ କିଏ ମୁଖ୍ୟମନ୍ତ୍ରୀ ହେବେ ତାହାକୁ ନେଇ ଜୋରଦାର ଚର୍ଚ୍ଚା ଆରମ୍ଭ ହୋଇଯାଇଛି  । ତାଙ୍କ ମନ୍ତ୍ରୀମଣ୍ଡଳରେ ଥିବା ଧନସିଂହ ରାୱତ ମୁଖ୍ୟମନ୍ତ୍ରୀ ରେସରେ ସର୍ବାଗ୍ରେ ରହିଛନ୍ତି  । ଗରୱାଲରେ ଥିବା ଧନସିଂହ ଏକ ହେଲିକପ୍ଟରରେ ରାଜଧାନୀ ଡେରାଡୁନକୁ ଫେରିଥିବାରୁ ଏଭଳି ଚର୍ଚ୍ଚା ଜୋରଧରିଛି  । ପୂର୍ବରୁ ବିଜେପି ନେତା ଅଜୟ ଭଟ୍ଟ, ଅନୀଲ ବଲୁନୀ ଓ ସତପାଲ ମହାରାଜ ମୁଖ୍ୟମନ୍ତ୍ରୀ ଦୌଡ଼ରେ ଥିବାନେଇ ଚର୍ଚ୍ଚା ହେଉଥିଲା  ।

Related Articles

Leave a Reply

Your email address will not be published.

Back to top button