ମାସ୍କ ଯୋଗୁଁ ୬୫% କମିଲାଣି ଶ୍ୱାସରୋଗୀଙ୍କ ସଂଖ୍ୟା

ଭୁବନେଶ୍ୱର : କୋଭିଡ ସଂକ୍ରମଣ ଏଡ଼ାଇବା ପାଇଁ ମାସ୍କର ବହୁଳ ବ୍ୟବହାର ଯୋଗୁଁ ଗୁରୁତର ଶ୍ୱାସ ରୋଗୀଙ୍କ ସଂଖ୍ୟାରେ ବିପୁଳ ହ୍ରାସ ପରିଲକ୍ଷିତ ହୋଇଛି । ହସ୍ପିଟାଲରେ ଭର୍ତ୍ତି ହେବା ଭଳି ସ୍ଥିତିକୁ ଆସୁଥିବା ରୋଗୀଙ୍କ ସଂଖ୍ୟାରେ ୬୫ ପ୍ରତିଶତ ହ୍ରାସ ହୋଇଥିବା ଏକ ତଥ୍ୟରୁ ଜଣାପଡ଼ିଛି । ମୁହଁରେ ମାସ୍କ ଲଗାଯିବା ଯୋଗୁଁ ଗତ ବର୍ଷ ଫ୍ଲୁ ଭୂତାଣୁ ସଂକ୍ରମଣକୁ କମ କରାଯାଇପାରିଥିବା ଇସ୍ରାଏଲର ସେବା ମେଡିକାଲ ସେଣ୍ଟରର ବୈଜ୍ଞାନିକମାନେ ଋତୁକାଳୀନ ଆଲର୍ଜିଠାରୁ ମଧ୍ୟ ଦୂରେଇ ରହିପାରୁଛନ୍ତି ।

ନାକ ଓ ପାଟିର ସିଧାସଳଖ ସର୍ମ୍ପକରେ ଆସିଥିବା ଫୁଲ, ଗଛ ଘାସ ଇତ୍ୟାଦି ମାସ୍କାକୁ ପାର କରିଯିବା ସମ୍ଭବ ହେଉନି । ନିକଟରେ ଇସ୍ରାଏଲ ସରକାର ମାସ୍କ ପିନ୍ଧିବା କଟକଣାକୁ ଉଠାଇ ଦେଇଥିବା ବେଳେ ସର୍ବସାଧାରଣ ସ୍ଥାନମାନଙ୍କରେ କଟକଣା ଜାରି ରହିବ ବୋଲି ସ୍ପଷ୍ଟ କରାଯାଇଛି । ଏଥି ସହ ବାହାରେ ହେଉଥିବା କୌଣସି ବଡ଼ ସମାବେଶରେ ଯୋଗ ଦେଉଥିଲେ ମୁହଁରେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ ବୋଲି କୁହାଯାଇଛି ।

Related Articles

Leave a Reply

Your email address will not be published.

Back to top button