ମମତାଙ୍କୁ ଆକ୍ରମଣ ଅଭିଯୋଗର ତଦନ୍ତ ଆରମ୍ଭ

କୋଲକାତା: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଉପରେ ଗତ ବୁଧବାର ନନ୍ଦୀଗ୍ରାମରେ ହୋଇଥିବା ଆକ୍ରମଣ ଅଭିଯୋଗର ତଦନ୍ତ ଆରମ୍ଭ ହୋଇଛି। ପୂର୍ବ ମେଦିନୀପୁରର ଜିଲାପାଳ ବିଭୂ ଗୋୟଲ ଏବଂ ଏସପି ପ୍ରବୀଣ ପ୍ରକାଶ ନନ୍ଦୀଗ୍ରାମର ବୁରୁଲିଆରେ ପହଞ୍ଚି ଘଟଣାର ତଦନ୍ତ କରିଛନ୍ତି। ଏହି ସ୍ଥାନରେ ମମତାଙ୍କ ଉପରେ ଆକ୍ରମଣ ହୋଇଥିବା ଅଭିଯୋଗ ହୋଇଛି, ଯେଉଁଥିରେ ତାଙ୍କୁ ଗୁରୁତର ଆଘାତ ଲାଗିଛି।

ସୂଚନାଯୋଗ୍ୟ, ମମତା ଗତକାଲି ବୁରୁଲିଆରେ ଏକ ମନ୍ଦିରରେ ଦର୍ଶନ ସାରି ଫେରୁଥିଲେ। ସେ ତାଙ୍କ କାର୍‌ ଭିତରକୁ ଯିବା ସମୟରେ କେହି ତାଙ୍କୁ ଠେଲିଦେବା ସହିତ ତାଙ୍କ ଗୋଡ଼କୁ କାର୍‌ ଡୋରରେ ଚାପି ଦେଇଥିବା ମମତା ଅଭିଯୋଗ କରିଥିଲେ। ୩/୪ ଜଣ ବ୍ୟକ୍ତି ଏଭଳି କରିଥିବା ସେ ଅଭିଯୋଗ କରିଥିଲେ। ଘଟଣା ପରେ ମମତାଙ୍କୁ ସେଠାରୁ ହସ୍ପିଟାଲକୁ ନିଆଯାଇଥିଲା। ମମତାଙ୍କ ଗୋଡ଼ ପ୍ଲାଷ୍ଟର କରାଯାଇଥିବାବେଳେ ସେ ଏବେ ଚିକିତ୍ସାଧୀନ ରହିଛନ୍ତି।

Related Articles

Leave a Reply

Your email address will not be published.

Back to top button