ମନ୍ଦିର ବନ୍ଦ ରହିଲେ ବି ମିଳିବ ଅବଢା

ପୁରୀ: କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଶ୍ରୀମନ୍ଦିରରେ ମହାପ୍ରଭୁଙ୍କୁ ଦର୍ଶନ ଉପରେ କଟକଣା ଲଗାଯାଇଛି ।  ମେ’  ୧୫ ତାରିଖ ପର୍ଯ୍ୟନ୍ତ ଶ୍ରଦ୍ଧାଳୁଙ୍କ ଦର୍ଶନ ଉପରେ କଟକଣା ଲଗାଯାଇଛି ।  ତେବେ ମନ୍ଦିର ବନ୍ଦ ରହିଲେ ବି ଶ୍ରଦ୍ଧାଳୁଙ୍କୁ ପୂର୍ବ ଭଳି ଅବଢା ମିଳିବ ।  ବିବାହ, ବ୍ରତ ଓ ଶୁଦ୍ଧିକ୍ରିୟା ପାଇଁ ଭକ୍ତମାନେ ଅବଢା ନେଇପାରିବେ ।  ତେବେ ମହାପ୍ରସାଦ ପାଇଁ ଟୋକନ କାଟିବାକୁ ପଡ଼ିବ ।  ଏନେଇ ଉତ୍ତର ଓ ଦକ୍ଷିଣ ଦ୍ୱାରରେ ସ୍ୱତନ୍ତ୍ର କାଉଣ୍ଟର ହେବ ।  ମନ୍ଦିର ପ୍ରଶାସନ ସହିତ ଆଲୋଚନା ପରେ ଏଭଳି ନିଷ୍ପତ୍ତି  ନିଆଯାଇଥିବା ସୁଆର ମହାସୁଆର ନିଯୋଗ  ସାଧାରଣ ସମ୍ପାଦକ କୃଷ୍ଣଚନ୍ଦ୍ର ପ୍ରତିହାରି କହିଛନ୍ତି । ପ୍ରକାଶ ଯେ, ଶନିବାର  କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି  ଛତିଶା ନିଯୋଗର ଏକ ଭର୍ଚୁଆଲ ବୈଠକ ଅନୁଷ୍ଠିତ ହୋଇଥିଲା ।  ଉକ୍ତ ବୈଠକରେ ଯୋଗଦେଇଥିବା ସେବାୟତମାନେ ସାଧାରଣ ଭକ୍ତଙ୍କ ଦର୍ଶନ ବନ୍ଦ ପାଇଁ ଦାବି କରିଥିଲେ ।  କରୋନା ସଂକ୍ରମଣ ବଢୁଥିବାରୁ ସେବାୟତମାନେ ଏଭଳି ଦାବି କରିଥିଲେ ।  ଯାହା ଫଳରେ  ମେ’  ୧୫ ତାରିଖ ପର୍ଯ୍ୟନ୍ତ ଶ୍ରଦ୍ଧାଳୁଙ୍କ ଦର୍ଶନ ଉପରେ କଟକଣା ଲଗାଯାଇଛି ।  ଏହି କଟକଣା ନେଇ ଶ୍ରୀମମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି । ନିର୍ବିଘ୍ନ ନୀତିକାନ୍ତି ନିମନ୍ତେ ସେବାୟତଙ୍କ ସୁସ୍ଥତା ପାଇଁ ଦର୍ଶନ ବନ୍ଦ ପାଇଁ ନିଷ୍ପତ୍ତି ନିଆଯାଇଛି ।  ତେବେ ଶ୍ରଦ୍ଧାଳୁଙ୍କ ଦର୍ଶନ ବନ୍ଦ ରହିଲେ ବି ଦୈନିକ ନୀତିକାନ୍ତି ଚାଲୁ ରହିବ ।

Related Articles

Leave a Reply

Your email address will not be published.

Back to top button