ଭୟଙ୍କର ହେବ ମୌସୁମୀ, ସତର୍କ କରାଇଲେ ବିଶେଷଜ୍ଞ

ନୂଆଦିଲ୍ଲୀ: ଜଳବାୟୁ ପରିବର୍ତ୍ତନ ଓ ବିଶ୍ୱତାପମାତ୍ରା ବୃଦ୍ଧିର ପ୍ରଭାବ ଭାରତରେ ମୌସୁମୀ ବାୟୁ ଉପରେ ପଡ଼ିବ । ନୂଆ ଗବେଷଣା ଅନୁସାରେ ଭାରତର ମୌସୁମୀ ବର୍ଷା ଢାଞ୍ଚାରେ ବଡ଼ ପରିବର୍ତ୍ତନ ଦେଖାଦେଇପାରେ । ମୌସୁମୀ ବର୍ଷାର ଢ଼ାଞ୍ଚାରେ ପରିବର୍ତ୍ତନ ପୂର୍ବକ ଏ ବର୍ଷ ଭୟଙ୍କର ବର୍ଷା ହେବାର ଆଶଙ୍କା ରହିଛି । ଏହି ବର୍ଷା ଯୋଗୁଁ ଦେଶର ବିଭିନ୍ନ ପ୍ରାନ୍ତରେ ବଡ ବନ୍ୟା ଦେଖାଯିବ । ବିଜ୍ଞାନ ପତି୍ରକାରେ ପ୍ରକାଶିତ ଗବେଷଣା ତଥ୍ୟ ଅନୁସାରେ ଶହ ଶହ ବର୍ଷର ମୌସୁମୀ ବର୍ଷାକୁ ଅନୁଧ୍ୟାନ କରାଯାଇଛି । ବ୍ରାଉନ ବିଶ୍ୱ ବିଦ୍ୟାଳୟର ପ୍ରଫେସର ଷ୍ଟିଭେନ କ୍ଲେମେନ୍ସଙ୍କ ନେତୃତ୍ୱରେ ଗବେଷକ ଦଳ ବଙ୍ଗୋପସାଗର କାଦୁଅ ନୁମନାକୁ ପରୀକ୍ଷା କରି ଜାଣିବାକୁ ପାଇଛନ୍ତି ଯେ ମୌସୁମୀ ବାୟୁ କ୍ରମାଗତ ଭାବେ ଏହାର ଢ଼ାଞ୍ଚାରେ ପରିବର୍ତ୍ତନ କରୁଛି । ତେବେ ଭାରତୀୟ ପାଣିପାଗ ବିଭାଗର ପୂର୍ବାନୁମାନ ଅନୁଯାୟୀ ଏ ବର୍ଷ ଦେଶର ସ୍ୱାଭାବିକ ମୌସୁମୀ ବର୍ଷା ହେବ । ମୌସୁମୀ ବାୟୁ ଜୁନ ୩ ରେ କେରଳ ଉପକୂଳରେ ପହଞ୍ଚିସାରିଥିବା ପାଣିପାଗ ବିଭାଗ କହିଛି ।

Related Articles

Leave a Reply

Your email address will not be published.

Back to top button