ଭୁବନେଶ୍ୱର ଏମ୍‌ସରେ ୨୯୫ ଅକ୍ସିଜେନ୍ ଶଯ୍ୟା: କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ

ନୂଆଦିଲ୍ଲୀ/ଭୁବନେଶ୍ବର: ପ୍ରଧାନମନ୍ତ୍ରୀ ସ୍ୱାସ୍ଥ୍ୟ ସୁରକ୍ଷା ଯୋଜନା ଅନ୍ତର୍ଗତ ଦେଶରେ ପ୍ରତିଷ୍ଠା କରାଯାଇଥିବା ୨୨ଟି ଏମ୍‌ସ ମଧ୍ୟରୁ ଭୁବନେଶ୍ୱର ସମେତ ୧୨ଟି ଏମ୍‌ସରେ କୋଭିଡ୍ ପାଇଁ ସମର୍ପିତ ଯଥେଷ୍ଟ ଶଯ୍ୟା ଉପଲବ୍ଧ ହେଉଥିବାର କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି। ୧୨ଟି ଏମ୍‌ସରେ ଉପଲବ୍ଧ ମୋଟ ୧୯୨୫ଟି ଅକ୍ସିଜେନ୍ ଶଯ୍ୟାରୁ ଭୁବନେଶ୍ୱର ଏମ୍‌ସରେ ରହିଛି ୨୯୫ଟି।

ସେଭିଭଳି ୧୨ଟି ଏମ୍‌ସରେ ଉପଲବ୍ଧ ୯୦୮ଟି ଭେନ୍‌ଟିଲେଟର ଯୁକ୍ତ ଆଇସିୟୁ ଶଯ୍ୟାରୁ ଭୁବନେଶ୍ୱର ଏମ୍‌ସରେ ରହିଛି ୬୨ଟି। ଓଡ଼ିଶା ସମେତ ୧୨ଟି ଏମ୍‌ସରେ ପର୍ଯ୍ୟାପ୍ତ ଶଯ୍ୟା ଉପଲବ୍ଧ ଥିବା ସହ କୋଭିଡ୍ ଚିକିତ୍ସା ପାଇଁ ଆବଶ୍ୟକ ଯଥେଷ୍ଟ ଭେନ୍‌ଟିଲେଟର, ଅକ୍ସିଜେନ୍ କନ୍‌ସେଣ୍ଟ୍ରେଟର୍‌, ଅକ୍ସିଜେନ୍ ସିଲିଣ୍ଡର ଆଦି ଯୋଗାଇ ଦିଆଯାଇଥିବା କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି।

Related Articles

Leave a Reply

Your email address will not be published.

Back to top button