ଭାରତକୁ ଗୁଗୁଲ ଦେଲା ୧୩୫ କୋଟି

ନୂଆଦିଲ୍ଲୀ : କୋଭିଡ୍ ସଂକ୍ରମଣରେ ସାଂଘାତିକ ଭାବେ ପ୍ରଭାବିତ ହୋଇଥିବା ଭାରତକୁ ସହାୟତାର ହାତ ବଢ଼ାଇଛି ଇଣ୍ଟରନେଟ୍ ସର୍ଚ୍ଚ ଇଞ୍ଜିନ ଗୁଗୁଲ୍  । କରୋନା ଲଢେ଼ଇରେ ସହଯୋଗ ନିମନ୍ତେ ଏହା ୧୩୫ କୋଟି ଟଙ୍କା ଦେବ ବୋଲି କହିଛି  । ସୋମବାର ଗୁଗୁଲ୍ ସିଇଓ ସୁନ୍ଦର ପିଚାଇ ଟ୍ୱିଟ କରି ଏ ବାବଦରେ ଜଣାଇଛନ୍ତି । ଭାରତ ଜନ୍ମିତ ସୁନ୍ଦର ପିଚାଇ କହିଛନ୍ତି, ଭାରତରେ କୋଭିଡ୍ ସ୍ଥିତି ଦେଖୁ ମୁଁ ଅତ୍ୟନ୍ତ ମର୍ମାହତ  । ଚିନ୍ତାଜନକ ହାରରେ ସଂକ୍ରମଣ ମାଡ଼ିଚାଲିଛି । କରୋନା ଯୋଗୁ ଦେଶ ଅନେକ ସମସ୍ୟାର ସମ୍ମୁଖୀନ ହେଉଛି । ତେଣୁ ମୁକାବିଲା ପାଇଁ ଗୁଗୁଲ୍ ଭାରତକୁ ୧୩୫ କୋଟି ଦେବାକୁ ନିଷ୍ପରି ନେଇଛି । 

ଭାରତକୁ ମେଡିକାଲ ସାମଗ୍ରୀ ଯୋଗାଣ, ଅଧିକ ଦୁର୍ବଳ ଶ୍ରେଣୀର ସମ୍ପ୍ରଦାୟଙ୍କୁ ସହାୟତା ପାଇଁ କମ୍ପାନି ଗଉଇଣ୍ଡିଆ, ୟୁନିସେଫ୍କୁ ଏହି ଟଙ୍କା ଗୁଗୁଲ ଏବଂ ଗୁଗୁଲ୍ରେ କାର୍ଯ୍ୟ କରୁଥିବା କର୍ମଚାରୀମାନେ ପ୍ରଦାନ କରିବେ । ଗୁଗୁଲ୍ ଇଣ୍ଡିଆ କଣ୍ଡ୍ରି ହେଡ୍ ସଞ୍ଜୟ ଗୁପ୍ତା କହିଛନ୍ତି, କରୋନା ସଂକଟ ବେଳେ କମ୍ପାନି ସ୍ଥାନୀୟ ସରକାରଙ୍କୁ ସହଯୋଗ ପ୍ରଦାନ କରିବ । ଆମ ଗୁଗୁଲ୍ ସମ୍ପ୍ରଦାୟ ଏବଂ ସେମାନଙ୍କ ପରିବାର ଭାରତର କରୋନା ସଂକ୍ରମଣକୁ ନେଇ ଅତ୍ୟନ୍ତ ମର୍ମାହତ  । ଲୋକମାନେ ଏହି ସମୟରେ ସେମାନଙ୍କ ପରିବାର, ବନ୍ଧୁ ଏବଂ ସମ୍ପର୍କୀୟଙ୍କ ବାବଦରେ କିଭଳି ଠିକ୍ ତଥ୍ୟ ପାଇପାରିବେ, ଆମେ ସେ ନେଇ ସହାୟତା କରିବୁ । ସେମାନେ ସୁସ୍ଥ ଓ ସୁରକ୍ଷିତ ରହିଛନ୍ତି କି ନାହିଁ, ତାହା ନେଇ ସୂଚନା ଦେବୁ । କରୋନା ଯୋଗୁ ପ୍ରାଣ ହରାଇଥିବା ଲୋକଙ୍କ ପରିବାରକୁ ଆର୍ଥôକ ସହାୟତା ଏବଂ ଅକ୍ସିଜେନ ଓ ଟେଷ୍ଟିଙ୍ଗ ଉପକରଣ ବାବଦରେ ଏହି ଅର୍ଥ ଖର୍ଚ୍ଚ କରାଯିବ ବୋଲି ଗୁଗୁଲ୍ ପକ୍ଷରୁ କୁହାଯାଇଛି । ଏହାଛଡ଼ା ଗୁଗୁଲ୍ର କର୍ମଚାରୀମାନେ ଏବେ ସ୍ୱତନ୍ତ୍ର ଅଭିଯାନ ଆରମ୍ଭ କରିଛନ୍ତି, ଯଦ୍ୱାରା ଅଧିକରୁ ଅଧିକ ପାଣ୍ଠି ଯୋଗାଡ଼ କରାଯାଇ ପାରିବ । ଏ ପର୍ଯ୍ୟନ୍ତ ୯୦୦ ଗୁଗୁଲ୍ କର୍ମଚାରୀ ୩.୭ କୋଟି ଟଙ୍କା ପ୍ରଦାନ କରିସାରିଲେଣି ।

Related Articles

Leave a Reply

Your email address will not be published.

Back to top button