ବୋର୍ଡ ନିଷ୍ପତ୍ତିକୁ ଓଷ୍ଟାର ବିରୋଧ

ଭୁବନେଶ୍ୱର :  ଦଶମ ପରୀକ୍ଷା ଫଳ ପ୍ରକାଶ ପାଇଁ  ମାଧ୍ୟମିକ ଶିକ୍ଷା ବୋର୍ଡ କର୍ତ୍ତୃପକ୍ଷଙ୍କ ପ୍ରକ୍ରିୟାକୁ ଓଷ୍ଟା ପକ୍ଷରୁ ବିରୋଧ କରାଯାଇଛି । ଦଶମ ପରୀକ୍ଷା ଫଳ ପ୍ରକାଶ ପାଇଁ ବୋର୍ଡ ପ୍ରକ୍ରିୟାକୁ ଓଷ୍ଟାର ସମ୍ପାଦକ ପ୍ରକାଶ ମହାନ୍ତି ବିରୋଧ କରିଛନ୍ତି ।  ଗୋଟିଏ ଦିନରେ ଫର୍ମାଟ ପ୍ରସ୍ତୁତ କିପରି ସମ୍ଭବ ବୋଲି ପ୍ରକାଶ ମହାନ୍ତି ପ୍ରଶ୍ନ କରିଛନ୍ତି । ପ୍ରକାଶ ଯେ, ଦଶମ ଶ୍ରେଣୀ ପରୀକ୍ଷା ଫଳ ପ୍ରକାଶ ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି ।  ମାଧ୍ୟମିକ ଶିକ୍ଷା ବୋର୍ଡ କର୍ତ୍ତୃପକ୍ଷଙ୍କ ପକ୍ଷରୁ  ଏନେଇ ପ୍ରକ୍ରିୟା ଆରମ୍ଭ ହୋଇଛି ।  ଏହି ପରିପ୍ରେକ୍ଷୀରେ ଡିଇଓ ସବୁ ସ୍କୁଲର ପ୍ରଧାନଶିକ୍ଷକଙ୍କୁ ପିଲାମାନଙ୍କ ବିବରଣୀ ମାଗିଛନ୍ତି ।  ବୋର୍ଡ ଦ୍ୱାରା ନିର୍ଦ୍ଧାରିତ ଫର୍ମାଟରେ ବିବରଣୀ ପ୍ରସ୍ତୁତ ଲାଗି ନିର୍ଦ୍ଦେଶ ଦିଆଯାଇଛି ।  ଉକ୍ତ ଫର୍ମାଟରେ ସ୍କୁଲର ନାମ, ନମ୍ବର ଓ ରୋଲ ନମ୍ବର ଆଦି ରହିଛି ।  ଦଶମ ଟେଷ୍ଟ ଓ ନବମ ବାର୍ଷିକ ପରୀକ୍ଷାର ନମ୍ବର ମଧ୍ୟ ମଗାଯାଇଛି ।  ଉଭୟ ପରୀକ୍ଷାରେ ପିଲା ରଖିଥିବା ନମ୍ବର ଦାଖଲ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଏନେଇ ସବୁ ହାଇସ୍କୁଲର ପ୍ରଧାନ ଶିକ୍ଷକଙ୍କୁ ନିର୍ଦ୍ଦେଶ ଦେବାକୁ ଡିଇଓଙ୍କୁ ଚିଠି କରାଯାଇଛି ।  ଆଜି ସୁଦ୍ଧା ନିକଟସ୍ଥ ପରୀକ୍ଷାକେନ୍ଦ୍ରରେ ଫର୍ମାଟ ଦାଖଲ କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।

Related Articles

Leave a Reply

Your email address will not be published.

Back to top button