ବିବନ ଗିରଫ ଘଟଣାରେ ସିବିଆଇର ଖୋଳତାଡ଼

ଭୁବନେଶ୍ୱର: ଦୀର୍ଘ ଦିନ ଧରି ଅଟକି ଯାଇଥିବା ଅଞ୍ଜନା ମିଶ୍ର ଗଣଦୁଷ୍କର୍ମ ମାମଲାର ତଦନ୍ତ ପ୍ରକ୍ରିୟାକୁ ସିବିଆଇ ଏବେ ପୁଣି ଜୋର୍‌ଦାର୍‌ କରିଛି। ଏହି ବହୁଚର୍ଚ୍ଚିତ ଚାଞ୍ଚଲ୍ୟକର ମାମଲାର ତୃତୀୟ ତଥା ମୁଖ୍ୟ ଅଭିଯୁକ୍ତ ବିବନ ଓରଫ ବିବେକାନନ୍ଦ ବିଶ୍ୱାଳ ୨୨ ବର୍ଷ ପରେ ଗିରଫ ହେବା ପରେ ତାକୁ ଦୋଷୀ ସାବ୍ୟସ୍ତ କରିବା ପାଇଁ ଆବଶ୍ୟକ ପ୍ରମାଣ, ସୂତ୍ର ଯୋଗାଡ଼ କରିବାରେ ଏବେ ସିବିଆଇ ଲାଗିପଡ଼ିଛି ।  । ଏନେଇ  ସିବିଆଇର ୨ ଜଣ ଅଧିକାରୀ କଟକ ବାଦାମବାଡ଼ି ଥାନାରେ ପହଞ୍ଚି ଥିବା ଜଣାଯାଇଛି ।  ଥାନା ଆଇଆଇସି ରଶ୍ମୀରଞ୍ଜନ ମହାପାତ୍ରଙ୍କ ସହ ସିବିଆଇ ଅଧିକାରୀମାନେ ଆଲୋଚନା କରିଥିବା ଜଣାଯାଇଛି ।

ବିବନ ବିଶ୍ୱାକୁ କିପରି ଧରାଗଲା ସେନେଇ ପଚାରିବୁଝିଥିବା ଜଣାଯାଇଛି ।  ବିବନକୁ ଗିରଫ କରିଥିବା ପୁଲିସ ଟିମରେ ରଶ୍ମିରଞ୍ଜନ ଥିଲେ । ଅନ୍ୟପକ୍ଷରେ  ଶୁକ୍ରବାର ସିବିଆଇ ଟିମ୍‌ ବାରଙ୍ଗ ବ୍ଲକ୍‌ ନରଣପୁର ଗ୍ରାମରେ ଥିବା ବିବନର ପୈତୃକ ଘର ଉପରେ ଅଚାନକ ଚଢ଼ଉ କରିଥିଲା । ସିବିଆଇ ଟିମ୍‌ର ଦୁଇ ଅଧିକାରୀ ବିବନର ଘରେ ଛାନ୍‌ଭିନ୍‌ କରି ଫେରିଛନ୍ତି । ମିଳିଥିବା ତଥ୍ୟ ମୁତାବକ, ଫେରାର୍‌ ଥିବା ସମୟରେ ବିବନ କିପରି ଘର ସହିତ ଯୋଗାଯୋଗରେ ଥିଲା ତାହାର ଠୋସ୍‌ ପ୍ରମାଣ ସାଉଣ୍ଟିବାରେ ସକ୍ଷମ ହୋଇଛି ତଦନ୍ତକାରୀ ଟିମ୍‌ । ସେହିପରି ସିବିଆଇର ୨ ଜଣିଆ ଟିମ୍‌ ମଧ୍ୟାହ୍ନରେ ଅଞ୍ଜନା ମିଶ୍ରଙ୍କ ଘରେ ପହଞ୍ଚିଥିଲେ । ଏହି ମାମଲାର ତଦନ୍ତକାରୀ ଅଧିକାରୀ ଅବସର ନେଇଥିବାରୁ ନୂଆ ତଦନ୍ତକାରୀ ଅଧିକାରୀ ସେହି କାଳ ରାତିରେ ଘଟିଥିବା ଘଟଣା ସଂପର୍କରେ ଅଞ୍ଜନାଙ୍କ ସହ ଆଲୋଚନା କରିଥିଲେ । ଅଞ୍ଜନାଙ୍କ ସହ ପ୍ରାୟ ଅଧଘଣ୍ଟା ଧରି ସିବିଆଇ ଟିମ୍‌ ଆଲୋଚନା କରିଥିଲେ । ଅଞ୍ଜନା ସିବିଆଇ ଟିମ୍‌କୁ ଆଉ କିଛି ତଥ୍ୟ ଦେଇଥିବା ଜଣାପଡ଼ିଛି । ଖୁବ୍‌ ଶୀଘ୍ର ଏହି ମାମଲାର ଚାର୍ଜସିଟ୍‌ ଦାଖଲ କରାଯିବ ବୋଲି ସିବିଆଇ ଟିମ୍‌ ଅଞ୍ଜନାଙ୍କୁ କହିଥିବା ଜଣାପଡ଼ିଛି ।

Related Articles

Leave a Reply

Your email address will not be published.

Back to top button