ବିଜେପିରେ ମିଶିବେ ମିଥୁନ ଚକ୍ରବର୍ତ୍ତୀ !

କୋଲକାତା: ବଲିଉଡର ଖ୍ୟାତନାମା ଅଭିନେତା ମିଥୁନ ଚକ୍ରବର୍ତ୍ତୀ ବିଜେପିରେ ସାମିଲ ହେବା ନେଇ ଚର୍ଚ୍ଚା ଜୋର ଧରିଛି । ଆସନ୍ତା ମାର୍ଚ୍ଚ ୭ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କୋଲକାତାର ବ୍ରିଗେଡ ମୈଦାନରେ ଏକ ନିର୍ବାଚନୀ ର‌୍ୟାଲିରେ ଯୋଗଦେବେ । ଏହି ଅବସରରେ ମିଥୁନ ବିଜେପିରେ ସାମିଲ ହୋଇପାରନ୍ତି ବୋଲି ବିଶେଷ ସୂତ୍ରରୁ ଜଣାପଡ଼ିଛି । ସୂଚନା ଥାଉ କି, ଗତମାସରେ ମିଥୁନ ଆର୍‌ଏସ୍‌ଏସ୍‌ ମୁଖ୍ୟ ମୋହନ ଭାଗବତଙ୍କୁ ସାକ୍ଷାତ କରିଥିଲେ । ଏହା ପରଠାରୁ ସେ ବିଜେପିରେ ମିଶିବା ଅନୁମାନ କରାଯାଉଛି । ଆଗକୁ ପଶ୍ଚିମବଙ୍ଗରେ ବିଧାନସଭା ନିର୍ବାଚନ ହେବାକୁ ଥିବା ବେଳେ ମିଥୁନ ବିଜେପିରେ ସାମିଲ ହେଲେ ରାଜ୍ୟ ରାଜନୀତିରେ ବିଜେପି-ଟିଏମ୍‌ସି ଲଢ଼େଇ ଜୋରଦାର ହେବ ।

Related Articles

Leave a Reply

Your email address will not be published.

Back to top button