ବିଜେପି କ୍ଷମତାକୁ ଆସିଲେ ରାଜ୍ୟରେ ଚାଲିବ ୩ଭି ଶାସନ: ଶାହା

କୋଲକାତା: ପଶ୍ଚିମବଙ୍ଗ କୁଚିବିହାରରେ ବିଜେପିର ପ୍ରଚାର ଶୋଭାଯାତ୍ରାରେ ଯୋଗ ଦେଇ ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା କହିଛନ୍ତି ଯେ ନନ୍ଦିଗ୍ରାମରେ ମମତା ବାନାର୍ଜୀଙ୍କ ପରାଜୟ ନିଶ୍ଚିତ । ଶାହା କହିଛନ୍ତି ମମତା ପଶ୍ଚିମବଙ୍ଗରେ ୩-ଟି ଶାସନ ଚଳାଇଛନ୍ତି । ଏହି ୩ଟି ହେଲା ‘ତାନାସାହି’ (ଏକଛତ୍ରବାଦ), ତୋଲାବାଜି (ଜୁଲୁମ) ଓ ତୁଷ୍ଟୀକରଣ  । ମମତା ଏହି ୩ଟି ଶାସନରେ ପଶ୍ଚିମବଙ୍ଗବାସୀ ଅତିଷ୍ଠ ହୋଇପଡ଼ିଲେଣି । ତେଣୁ ବିଜେପି ଏଠାରେ କ୍ଷମତାକୁ ଆସିବା ନିଶ୍ଚିତ । ବିଜେପି କ୍ଷମତାକୁ ଆସିଲେ ରାଜ୍ୟରେ ୩ଭି ଶାସନ ଚାଲିବ । ଏହି ୩ଭି ହେଲା ବିକାଶ, ବିଶ୍ୱାସ ଓ ବ୍ୟବସାୟ ।

ଶାହା କହିଛନ୍ତି ଯେ ରାଜ୍ୟରେ ଦୁଇଟି ପର୍ଯ୍ୟାୟରେ ୬୦ଟି ଆସନ ପାଇଁ ମତଦାନ ହୋଇଥିବା ବେଳେ ବିଜେପି ଏଥିରୁ ୫୦ଟି ଆସନରେ ବିଜୟୀ ହେବ । ଏହି ଅବସରରେ ଶାହା ଘୋଷଣା କରିଛନ୍ତି ଯେ ବିଜେପି କ୍ଷମତାକୁ ଆସିଲେ ନାରାୟଣୀ ସେନୀ ବାଟାଲିୟନରେ ପ୍ରଶିକ୍ଷଣ କେନ୍ଦ୍ର କୁଚିବିହାରରେ ପ୍ରତିଷ୍ଠା କରାଯିବ ।

Related Articles

Leave a Reply

Your email address will not be published.

Back to top button