ବଜ୍ରପାତରେ ୬ ସ୍କୁଲ୍ ଛାତ୍ରୀ ଗୁରୁତର

ଭୁବନେଶ୍ବର: ଦେବଗଡ଼ ଜିଲ୍ଲା ତଳେଇବଣି ବ୍ଲକ ବଡ଼ଛାପଲ ପଞ୍ଚାୟତ ଅନ୍ତର୍ଗତ କୁଟରାପଶି ପ୍ରାଥମିକ ବିଦ୍ୟାଳୟରେ ଆଜି ମଧ୍ୟାହ୍ନ ଗୋଟାଏରେ ବଜ୍ରପାତ ଘଟି ୧୦ ଛାତ୍ରୀ ଆହତ ହୋଇଥିବା ବେଳେ ୭ ଜଣ ଗୁରୁତର ଥିବା ଜଣାପଡିଛି । ଗୁରୁତରମାନଙ୍କୁ ଆମ୍ବୁଲାନ୍ସରେ ଦେବଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ଗୁରୁତର ଛାତ୍ରୀମାନେ ଲିକି ପେଣ୍ଠେଇ, ଭବାନୀ ଦେହୁରୀ, ପପିନା ସାହୁ, ଧରିତ୍ରୀ ସାହୁ, ଶାଳିନୀ ସାହୁ ଓ ଶାଳିନୀ ଦେହୁରୀ । ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ଦେଖା ଦେଇଥିଲା । ସୂଚନା ପାଇ ଏସ୍‌ପି ପ୍ରମୋଦ କୁମାର ରଥ ମୁଖ୍ୟ ଚିକିତ୍ସାଳୟକୁ ଆସି ଛାତ୍ରଛାତ୍ରୀଙ୍କ ସ୍ୱାସ୍ଥ୍ୟବସ୍ଥା ପଚାରି ବୁଝିବା ସହ ପରିସ୍ଥିତି ଅନୁଧ୍ୟାନ କରିଥିଲେ । ସେହିପରି ଜିଲ୍ଲାପାଳ ସୌମେଶ କୁମାର ଉପାଧ୍ୟାୟଙ୍କ ନିର୍ଦ୍ଦେଶରେ ଦେବଗଡ଼ ତହସିଲଦାର ପଲ୍ଲବୀ ନାୟକ, ତିଳେଇବଣିର ଭାରପ୍ରାପ୍ତ ବିଡିଓ ସୁନୀଲ ଗୁରୁ, ଜିଲ୍ଲା ଶିକ୍ଷା ଅଧିକାରୀ ସଚ୍ଚିଦାନନ୍ଦ ବେହେରାଙ୍କ ସମେତ ଶିକ୍ଷା ବିଭାଗର ବହୁ ଅଧିକାରୀ ଉପସ୍ଥିତ ରହିଛନ୍ତି । ବଜ୍ରପାତର ପ୍ରଭାବ ଏତେ ଜୋର ଥିଲା ଯେ ବିଦ୍ୟାଳୟର ଛାତ କଣା ହୋଇ ସିଲିଂରୁ ପ୍ଲାଷ୍ଟର ଖସି ପଡିଥିଲା । ତେବେ ବର୍ତ୍ତମାନ ଚିକିତ୍ସାଧୀନ ଛାତ୍ରଛାତ୍ରୀ ବିପଦମୁକ୍ତ ଥିବା ଜଣାପଡିଛି ।

Related Articles

Leave a Reply

Your email address will not be published.

Back to top button