ପ୍ରଥମରୁ ଅଷ୍ଟମ ସବୁ ପାସ୍

ଭୁବନେଶ୍ବର: ଏବର୍ଷ ବି ବିନା ପରୀକ୍ଷାରେ ପାସ୍‌ ହେବେ ପ୍ରଥମରୁ ଅଷ୍ଟମ ଛାତ୍ରଛାତ୍ରୀ। ପ୍ରଥମରୁ ଅଷ୍ଟମ ଶ୍ରେଣୀରେ ପଢ଼ୁଥିବା ସବୁ ଛାତ୍ରଛାତ୍ରୀଙ୍କର କୌଣସି ବାର୍ଷିକ ପରୀକ୍ଷା କରା ନ ଯାଇ ପାସ୍ କରିଦିଆଯିବ ବୋଲି ବିଦ୍ୟାଳୟ ଓ ଗଣଶିକ୍ଷାମନ୍ତ୍ରୀ ସମୀର ରଞ୍ଜନ ଦାଶ ସୂଚନା ଦେଇଛନ୍ତି। ଗୋଟିଏ ପଟେ ପ୍ରବଳ ଖରା ଆଉ ଅନ୍ୟପଟେ କୋରୋନା ସଂକ୍ରମଣ କାରଣରୁ ଆଉ ସ୍କୁଲ୍‌ ଖୋଲିବା ସମ୍ଭବ ନୁହେଁ। ଫଳରେ ପ୍ରଥମରୁ ଅଷ୍ଟମ ପର୍ଯ୍ୟନ୍ତ ସବୁ ପିଲା ୨୦୨୦-୨୧ ଶିକ୍ଷାବର୍ଷ ପାଇଁ ପାସ୍ ହେବେ ଓ ପରବର୍ତ୍ତୀ କ୍ଲାସ୍‌କୁ ଉତ୍ତୀର୍ଣ୍ଣ ହେବେ ବୋଲି ସେ କହିଛନ୍ତି। ଅନ୍ୟପକ୍ଷରେ ଜୁନ୍ ମାସରୁ ନୂଆ ଶିକ୍ଷାବର୍ଷରେ ପାଠପଢ଼ା ଆରମ୍ଭ ହେବ ବୋଲି ସେ କହିଛନ୍ତି। ତେବେ ଏନେଇ ବିଧିବଦ୍ଧ ନିଷ୍ପତ୍ତି ନିଆଯାଇ ନ ଥିଲେ ବି ଆପାତତଃ ତାହା ସ୍ଥିର ହୋଇଥିବା କହିଛନ୍ତି ମନ୍ତ୍ରୀ।

ସୂଚନାଯୋଗ୍ୟ, କୋରୋନା ମହାମାରୀ ପାଇଁ ୨୦୨୦-୨୧ ଶିକ୍ଷାବର୍ଷରେ ପଢ଼ୁଥିବା ପ୍ରଥମରୁ ଅଷ୍ଟମ ଶ୍ରେଣୀ ଛାତ୍ରଛାତ୍ରୀ ସ୍କୁଲ୍‌ ବାରଣ୍ଡା ମାଡ଼ି ନାହାଁନ୍ତି। ଦୀର୍ଘ ୯ ମାସ ସ୍କୁଲ ବନ୍ଦ ପରେ ନବମରୁ ଦ୍ୱାଦଶ କ୍ଲାସ୍‌ ଆରମ୍ଭ ହୋଇଥିଲା। ପରେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ଖୋଲିବାକୁ ବିଭାଗ ପ୍ରସ୍ତୁତ ହେଉଥିବାବେଳେ କୋରୋନାର ପରବର୍ତ୍ତୀ ସଂକ୍ରମଣ ସେଥିରେ ବ୍ରେକ୍‌ ଲାଗାଇଦେଲା। ବିଭିନ୍ନ ରାଜ୍ୟରେ କୋରୋନା ସଂକ୍ରମଣ ବୃଦ୍ଧି କାରଣରୁ ସ୍କୁଲ୍‌ ଖୋଲିବା ନିଷ୍ପତ୍ତି ସ୍ଥଗିତ ରଖାଯାଇଛି। ଆଗକୁ ମଧ୍ୟ ଆଉ ସ୍କୁଲ୍‌ ଖୋଲିବା ସମ୍ଭବ ନୁହେଁ ବୋଲି ମନ୍ତ୍ରୀ କହିଛନ୍ତି। ତେଣୁ ପିଲାଙ୍କୁ ଏଥର ବି ଉପର ଶ୍ରେଣୀକୁ ବିନା ପରୀକ୍ଷାରେ ଉତ୍ତୀର୍ଣ୍ଣ କରାଯିବ ନେଇ ମନ୍ତ୍ରୀ ସୂଚନା ଦେଇଛନ୍ତି। କ୍ଲାସ୍‌ ଚାଲିଥିବାରୁ ନବମ ପିଲାଙ୍କ ପରୀକ୍ଷା ଅଫ୍‌ଲାଇନ୍‌ରେ କରାଯିବ ବୋଲି ମନ୍ତ୍ରୀ କହିଛନ୍ତି।

Related Articles

Leave a Reply

Your email address will not be published.

Back to top button