ପୁଣି ଧାନକିଣା ତାତି

୪ଟା ଯାଏ ଗୃହ ମୁଲତବୀ

ଭୁବନେଶ୍ୱର: ବିଧାନସଭାରେ ପୁଣି ଧାନକିଣା ତାତି । ଧାନକିଣା ପ୍ରସଙ୍ଗ ନେଇ ବିଜେପି ସଦସ୍ୟମାନେ ହୋହାଲ୍ଲା କରିଛନ୍ତି ।  ଧାନ ଉଠାଣ ତାରିଖ ଏପ୍ରିଲ ୧୫ ତାରିଖ ଯାଏଁ ବୃଦ୍ଧି  କରିବାକୁ ଦାବି କରି ବିଜେପି ସଦସ୍ୟମାନେ ଗୃହରେ ହୋହାଲ୍ଲା କରିଛନ୍ତି ।  କେତେ ଧାନ ଉଠିଛି ଜଣାଇବାକୁ ଗୃହ ମଧ୍ୟଭାଗକୁ ଆସି ନାରାବାଜି କରିଥିଲେ ।  ବିଜେପି ସଦସ୍ୟଙ୍କ ହୋହାଲ୍ଲା ପାଇଁ ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର  ଅପରାହ୍ନ ୪ଟା ଯାଏ ମୁଲତବୀ ଘୋଷଣା କରିଛନ୍ତି । ଅନ୍ୟପକ୍ଷରେ ରାଜ୍ୟ ଗୃହମନ୍ତ୍ରୀଙ୍କ ବିରୋଧରେ କଂଗ୍ରେସ ପକ୍ଷରୁ ସ୍ୱାଧୀକାର ଭଙ୍ଗ ନୋଟିସ ଅଣାଯାଇଛି ।  ଗୃହ ବିଭାଗ ଖର୍ଚ୍ଚଦାବି ଆଲୋଚନାର ଦିନକ ପୂର୍ବରୁ ଶ୍ୱେତପତ୍ର ପ୍ରକାଶକୁ କଂଗ୍ରେସ ପକ୍ଷରୁ ବିରୋଧ କରାଯାଇଛି ।  ଏହାକୁ ବିରୋଧ କରି କଂଗ୍ରେସ ବିଧାୟକ ସନ୍ତୋଷ ସିଂ ସାଲୁଜା  ରାଜ୍ୟ ଗୃହମନ୍ତ୍ରୀଙ୍କ ବିରୋଧରେ  ସ୍ୱାଧୀକାର ଭଙ୍ଗ ନୋଟିସ ଆଣିଛନ୍ତି ।  ବାଚସ୍ପତି ଏହାକୁ ସ୍ୱାଧୀକାର ଭଙ୍ଗ କମିଟିକୁ ପଠାଇବାକୁ ଶ୍ରୀ ସାଲୁଜା ଦାବି କରିଛନ୍ତି ।  ଏହି ଅବସରରେ ଶ୍ରୀ ସାଲୁଜା କହିଛନ୍ତି ଯେ, ଖର୍ଚ୍ଚଦାବି ଆଲୋଚନା ୨୨ରେ ଥିଲା । ବୈଠକ ଡକାଇ ଏହାକୁ ୨୬କୁ ଘୁଞ୍ଚଗଲା ।  ଗୃହରେ ଖର୍ଚ୍ଚ ଦାବି ଆଲୋଚନା ନକରିବାକୁ ଚକ୍ରାନ୍ତ କରାଯାଇଥିଲା ବୋଲି କଂଗ୍ରେସ ବିଧାୟକ ସନ୍ତୋଷ ସିଂ ସାଲୁଜା ଅଭିଯୋଗ କରିଛନ୍ତି ।

 

Related Articles

Leave a Reply

Your email address will not be published.

Back to top button