ପୁଣି ଚର୍ଚ୍ଚାରେ ସୋନା, ନିଆରା ଢ଼ଙ୍ଗରେ ଗାଇଲେ ଶ୍ରୀଜଗନ୍ନାଥଙ୍କ ଭଜନ

ଭୁବନେଶ୍ୱର: କରୋନା ମହାମାରୀ ପ୍ରକୋପରେ ପୁରା ମଣିଷ ସମାଜ ଭାଙ୍ଗି ପଡ଼ିଥିବା ବେଳେ ପ୍ରଖ୍ୟାତ ବଲିଉଡ ଗାୟିକା ତଥା ଓଡ଼ିଆ ଝିଅ ସୋନା ମହାପାତ୍ର ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଜଣାଶୁଣା ଭଜନ ‘ଆହେ ନୀଳ ଶଇଳ’ କୁ ନିଆରା ଢ଼ଙ୍ଗରେ ଗାଇ ପୁଣି ଚର୍ଚ୍ଚାକୁ ଆସିଛନ୍ତି । ମହାପ୍ରଭୁଙ୍କ ଏହି ଭଜନକୁ ସେ ମାତୃଭୂମି ପାଇଁ ସମର୍ପିତ କରିଛନ୍ତି । ଏପରି ଦୁଃସମୟରେ ଏହି ଗୀତ ଓଡ଼ିଶାବାସୀଙ୍କୁ ଶାନ୍ତ ରଖିବା ସହ ଶକ୍ତିି ଦେବ ବୋଲି ସେ ଆଶା ରଖିଛନ୍ତି । ଟ୍ୱିଟ କରି ସୋନା ଏହା କହିବା ସହ ପ୍ରତିଟି ଓଡ଼ିଆ ଏହି ଗୀତଟି ଶୁଣିବା ପାଇଁ ଅନୁରୋଧ କରିଛନ୍ତି । ସୋନା କହିଛନ୍ତି, ଏହି ଭଜନ ପ୍ରସ୍ତୁତ କରିବାକୁ ମୁଁ ୭୨ ଘଣ୍ଟା ଧରି ପ୍ରୟାସ କରିଛି । ଭକ୍ତ ସାଲବେଗଙ୍କ ରଚିତ ଏହି ଭଜନ ଏହି ଘଡ଼ିସନ୍ଧି ମୁହୁର୍ତ୍ତରେ ଲୋକଙ୍କୁ ମାନସିକ ସ୍ତରରେ ଦୃଢ଼ ରଖିବା ସହ ସୁସ୍ଥ ରଖିବାରେ ସାହାଯ୍ୟ କରିବ ବୋଲି ମୁଁ ଆଶା କରୁଛି । ଗତ ରାତିରେ ସୋନାଙ୍କ ୟୁଟ୍ୟୁବ ଚ୍ୟାନେଲରେ ମୁକ୍ତିଲାଭ କରିଥିବା ଏହି ଭଜନଟି ୩ମିନିଟ ୫୯ ସେକେଣ୍ଡର । ସୂଚନା ଯୋଗ୍ୟ, ଓଡ଼ିଶାର ଘରେ ଘରେ ପରିଚିତ ଏହି ଭଜନ ‘ଆହେ ନୀଳଶୈଳ…ର ରିମେକ କରି ପାଖାପାଖି ୨ ବର୍ଷ ତଳେ ସୋନା ବିବାଦକୁ ଆସିଥିଲେ ।

Related Articles

Leave a Reply

Your email address will not be published.

Back to top button