ପିଲାଙ୍କ ଠାରେ କୋଭାକ୍ସିନ ପରୀକ୍ଷଣ ପାଇଁ ସ୍କ୍ରିନିଂ ପ୍ରକ୍ରିୟା ଆରମ୍ଭ

ନୂଆଦିଲ୍ଲୀ:ଦେଶରେ ତୃତୀୟ ଲହରରେ ପିଲାମାନେ ଅଧିକ ଆକ୍ରାନ୍ତ ହେବା ଆଶଙ୍କା କରାଯାଉଛି । ଏହାକୁ ଦୃଷ୍ଟିରେ ରଖି ପିଲାମାନଙ୍କୁ କିଭଳି ଆଗୁଆ ଟିକା ପ୍ରଦାନ କରାଯାଇପାରିବ ସେଥିପାଇଁ ଉଦ୍ୟମ ଆରମ୍ଭ ହୋଇଛି । ପିଲାଙ୍କ ଠାରେ କୋଭାକ୍ସିନ ଟିକାର ପରୀକ୍ଷଣକୁ ତ୍ୱରାନ୍ୱିତ କରାଯାଇଛି । ଏହି କ୍ରମରେ ପାଟନାସ୍ଥିତି ଅଖିଳ ଭାରତୀୟ ଆୟୁର୍ବିଜ୍ଞାନ ସଂସ୍ଥାନରେ ଶନିବାର ଅତିକମରେ ୭ ଜଣ ପିଲାଙ୍କୁ ଟିକା ଦିଆଯାଇଛି । ଜୁନ ୩ ତାରିଖରେ ଏଠାରେ ପ୍ରଥମେ ୨ ରୁ ୧୮ ବର୍ଷ ବୟସରେ ପିଲାଙ୍କ ଠାରେ ଟିକା ପରୀକ୍ଷଣ ଆରମ୍ଭ ହୋଇଥିଲା । ପ୍ରଥମ ଦିନ ୩ ଜଣ ଶିଶୁଙ୍କୁ କରୋନା ଟିକା ଦିଆଯାଇଥିଲା । ପିଲାମାନଙ୍କୁ ଟିକା ଦେବା ପୂର୍ବରୁ ଡାକ୍ତରମାନେ ସେମାନଙ୍କ ସ୍ୱାସ୍ଥ୍ୟ ଯାଞ୍ଚ କରୁଛନ୍ତି । ଶନିବାର ୨୧ ଜଣ ପିଲାଙ୍କ ଠାରେ ହୋଇଥିବା ଯାଞ୍ଚରୁ ଜଣାପଡ଼ିଥିଲା ଯେ ଅତିକମରେ ୧୨ ଜଣଙ୍କ ଠାରେ ପର୍ଯ୍ୟାପ୍ତ ମାତ୍ରାରେ ଆଣ୍ଟିବଡ଼ି ବିକଶିତ ହୋଇଛି । ଫଳରେ ବର୍ତ୍ତମାନ ସୁଦ୍ଧା ଏମସ ପାଟନାରେ ୧୦ ଜଣ ପିଲା କୋଭାକ୍ସିନର ପ୍ରଥମ ଡୋଜ ଟିକା ନେଇଛନ୍ତି । ୨୮ ଦିନ ପରେ ଏହି ପିଲାମାନଙ୍କୁ ଦ୍ୱିତୀୟ ଡୋଜ କୋଭାକ୍ସିନ ଟିକା ଦିଆଯିବ । ଅନ୍ୟ ପକ୍ଷରେ ଦିଲ୍ଲୀ ଏମସରେ ମଧ୍ୟ ପିଲାଙ୍କ ଠାରେ କୋଭାକ୍ସିନ ପରୀକ୍ଷଣ ପାଇଁ ଆଜିଠାରୁ ସ୍କ୍ରିନିଂ ପ୍ରକ୍ରିୟା ଆରମ୍ଭ ହୋଇଛି।

Related Articles

Leave a Reply

Your email address will not be published.

Back to top button