ପତଂଜଳି ଯୋଗପୀଠରେ ସଂକ୍ରମଣକୁ ଖଣ୍ଡନ କଲେ ରାମଦେବଙ୍କ ମୁଖପାତ୍ର

ଉତ୍ତରାଖଣ୍ଡ: ବାବା ରାମଦେବଙ୍କ ଯୋଗପୀଠରୁ ୮୩ ଜଣ କରୋନା ପଜିଟିଭ ଚିହ୍ନଟ । ସମସ୍ତ କରୋନା ରୋଗୀଙ୍କୁ ଆଇସୋଲେସନରେ ଭର୍ତି। ଆବଶ୍ୟକ ହେଲେ ଯୋଗଗୁରୁ ବାବା ରାମଦେବଙ୍କର ମଧ୍ୟ କରୋନା ପରୀକ୍ଷା କରାଯିବ । ସାରା ଦେଶରେ କରୋନା ଭାଇରସ ବୃଦ୍ଧି ପାଉଥିବାବେଳେ ଏଥିରୁ ବାଦ ପଡିନି ଉତ୍ତରାଖଣ୍ଡରେ ଥିବା ଯୋଗଗୁରୁ ବାବା ରାମଦେବଙ୍କ ପତଂଜଳି ପୀଠ । ଭିନ୍ନ ଭିନ୍ନ ୩ଟି ଯୋଗପୀଠରୁ ୮୩ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସିଏମଓ ଡ.ଏସ.କେ ଝା ପତଂଜଳି ପୀଠରୁ ୮୩ ପଜିଟିଭ ଚିହ୍ନଟ ହୋଇଥିବା ନେଇ ସୂଚନା ଦେଇଛନ୍ତି । ସେ କହିଛନ୍ତି, ୧୦ ରୁ ୩୦ ତାରିଖ ମଧ୍ୟରେ ପତଂଜଳି ଯୋଗପୀଠରୁ ୮୩ ପଜିଟିଭ ଚିହ୍ନଟ ହୋଇଛନ୍ତି ।

୮୩ ଜଣଙ୍କ ମଧ୍ୟରୁ କେବଳ ୪୬ ଜଣ ସଂକ୍ରମିତ ପଜଂଜଳି ଯୋଗପୀଠରୁ ,୨୮ଜଣ ଯୋଗ ଗ୍ରାମରୁ ଏବଂ ୯ ସଂକ୍ରମିତ ଆଚାର୍ଯ୍ୟକୁଲମରୁ ଚିହ୍ନଟ ହୋଇଛନ୍ତି । ପଜିଟିଭ ଚିହ୍ନଟ ହୋଇଥିବା ଲୋକଙ୍କୁ ଆଇସୋଲେସନରେ ରଖାଯାଇଛି । ଆବଶ୍ୟକ ହେଲେ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଯୋଗଗୁରୁ ବାବା ରାମଦେବଙ୍କର ମଧ୍ୟ କରୋନା ପରୀକ୍ଷା କରାଯିବ । କିନ୍ତୁ ଏହି ଖବରକୁ ଖଣ୍ଡନ କରିଛନ୍ତି ବାବ ରାମଦେବଙ୍କ ମୁଖପାତ୍ର । ସେ କହିଛନ୍ତି ପୀଠରେ ସବୁ ଲୋକଙ୍କର ଟେଷ୍ଟିଂ କରାଯାଇ ଭିତରକୁ ଛଡାଯାଉଛି । ଯେଉଁମାନେ ସଂକ୍ରମିତ ହେଉଛନ୍ତି ସେମାନଙ୍କୁ ପ୍ରବେଶ ନିଷେଧ ରହୁଛି।

Related Articles

Leave a Reply

Your email address will not be published.

Back to top button