ଦୈନିକ ସଂକ୍ରମିତଙ୍କ ସଂଖ୍ୟା ୩ ଲକ୍ଷ ଟପିଲା

ନୂଆଦିଲ୍ଲୀ: ଅଣାୟତ ହୋଇପଡ଼ିଛି କରୋନା ସଂକ୍ରମଣ। ପ୍ରତିଦିନ ରେକର୍ଡ ସଂଖ୍ୟକ ଲୋକଙ୍କୁ ଆକ୍ରାନ୍ତ କରୁଛି ଏହି ଘାତକ ଭାଇରସ। ଆଜି ପ୍ରଥମ ଥର ପାଇଁ ଗୋଟିଏ ଦିନରେ ତିନି ଲକ୍ଷରୁ ଅଧିକ କରୋନାରେ ସଂକ୍ରମିତ ହୋଇଥିବା ରିପୋର୍ଟ ଆସିଛି। ବିଗତ ୨୪ ଘଣ୍ଟାର ରିପୋର୍ଟ ଅନୁଯାୟୀ ବୁଧବାର ୩,୧୪,୮୩୫ ଜଣ କରୋନାରେ ସଂକ୍ରମିତ ହୋଇଛନ୍ତି। ନୂଆ ଆକ୍ରାନ୍ତଙ୍କୁ ମିଶାଇଲେ ଦେଶରେ ଆକ୍ରାନ୍ତଙ୍କ ସଂଖ୍ୟା ୧,୫୯,୩୦,୯୬୫ ଚିହ୍ନଟ ହୋଇଛନ୍ତି। ଏବେ ୨୨,୯୧,୪୨୮ ଜଣ ଏହି ମହାମାରୀରେ ଚିକିତ୍ସାଧୀନ ଥିବା ସ୍ଵାସ୍ଥ୍ୟମନ୍ତ୍ରାଳୟର ରିପୋର୍ଟରୁ ଜଣାପଡ଼ିଛି। ବିଗତ ୨୪ ଘଣ୍ଟା ମଧ୍ୟରେ ୨,୦୧୪ ଜଣ ମୃତ୍ୟୁ ବରଣ କରିଥିବା ବେଳେ ମୋଟ୍ ମୃତ୍ୟୁ ସଂଖ୍ୟା ୧,୮୪,୬୫୭ ଚିହ୍ନଟ ହୋଇଛନ୍ତି। ସେହିପରି ଏହି ଅବଧି ମଧ୍ୟରେ ୨,୦୧୪ ମୃତ୍ୟୁ ବରଣ କରିଥିବାବେଳେ ମୋଟ୍ ମୃତ୍ୟୁ ସଂଖ୍ୟା ୧,୮୪,୬୫୭ ଛୁଇଁଛି। ଆକ୍ରାନ୍ତଙ୍କ ରିପୋର୍ଟ ଅନୁଯାୟୀ ଦେଶରେ ନୂଆ ସଂକ୍ରମଣର ମାତ୍ରା ୧୭ ଦିନରେ ୧ ଲକ୍ଷରୁ ୩ ଲକ୍ଷ ଅତିକ୍ରମ କରିଛି। ଚଳିତ ବର୍ଷ ଜାନୁଆରୀ ୮ ରେ ୩,୦୭,୫୮୧ ଜଣ ଆମେରିକାରେ ଦୈନିକ କରୋନାରେ ସଂକ୍ରମିତ ହୋଇଥିଲେ। ଆମେରିକା ହେଉଛି କରୋନାରେ ସର୍ବାଧିକ କ୍ଷତିଗ୍ରସ୍ତ ଦେଶ। ଦ୍ୱିତୀୟରେ ଭାରତ ପରେ ବ୍ରାଜିଲ ରହିଛି। ହେଲେ ଏବେ ଭାରତରେ ୧୭ ଦିନରେ ୧ ଲକ୍ଷରୁ ୩ ଲକ୍ଷ ହୋଇଛନ୍ତି କରୋନା ସଂକ୍ରମିତ। ଯାହାକି ଆମେରିକା ତୁଳନାରେ ଅଧିକ ରହିଛି।ଆଇସିଏମର ମଧ୍ୟ ଗତକାଲି ହୋଇଥିବା କୋଭିଡ ପରୀକ୍ଷାର ରିପୋର୍ଟ ପ୍ରକାଶ କରିଛି। ଏପ୍ରିଲ ୨୧ରେ ୧୬,୫୧,୭୧୧ଟି କରୋନା ପରୀକ୍ଷା ହୋଇଛି। ଏହାକୁ ମିଶାଇଲେ ସାରା ଦେଶରେ ୨୭,୨୭,୦୫,୦୧୩ଟି କୋଭିଡ୍ ପରୀକ୍ଷା ହୋଇଛି।

 

Related Articles

Leave a Reply

Your email address will not be published.

Back to top button