ଦର କମିବା ଦ୍ୱାରା ସୁନା ଆମଦାନି ବୃଦ୍ଧି

ନୂଆଦିଲ୍ଲୀ: କରୋନା ମହାମାରୀ ସତ୍ତ୍ୱେ ଦେଶରେ ସୁନା ଚାହିଦା କିଛି କମ୍ ନାହିଁ । ଦର କମ ରହିବା ଦ୍ୱାରା ମାର୍ଚ୍ଚ ମାସରେ ଦେଶର ସୁନା ଆମଦାନି ୪୭୧ ପ୍ରତିଶତ ବୃଦ୍ଧି ଘଟି ୧୬୦ ଟନରେ ପହଞ୍ଚିଛି । ଫେବ୍ରୁଆରିରେ ସରକାର ଆମଦାନି ଶୁଳ୍କକୁ ୧୨.୫ ପ୍ରତିଶତରୁ ହ୍ରାସ କରି ୧୦.୭୫ ପ୍ରତିଶତ କରିବା ଦ୍ୱାରା ଏହାର ପ୍ରଭାବ ଆମଦାନି ଉପରେ ମଧ୍ୟ ପଡ଼ିଛି ।

ଭାରତ ହେଉଛି ବିଶ୍ୱର ଦ୍ୱିତୀୟ ବୃହତ ସୁନା ବ୍ୟବହାରକାରୀ ଦେଶ । ତେବେ ଗତବର୍ଷ ଅଗଷ୍ଟରେ ସୁନା ଦର ୨୦୭୨ ଡଲାର ଥିବା ବେଳେ ଇତି ମଧ୍ୟରେ ଏଥିରେ ୧୭ ପ୍ରତିଶତ ହ୍ରାସ ଘଟିଛି । ସୁନା ଆମଦାନି ବୃଦ୍ଧି ହେବା ଫଳରେ ଭାରତର ବାଣିଜ୍ୟ ନିଅଣ୍ଟ ବଢ଼ିପାରେ ଏବଂ ଟଙ୍କା ବିନିମୟ ମୂଲ୍ୟ ଉପରେ ମଧ୍ୟ ଚାପ ସୃଷ୍ଟି ହୋଇପାରେ । ଚଳିତ ବର୍ଷ ଜାନୁଆରିରୁ ମାର୍ଚ୍ଚ ତ୍ରୟମାସରେ ଭାରତ ମୋଟ ୩୨୧ ଟନ ସୁନା ଆମଦାନି କରିଛି ପୂର୍ବବର୍ଷର ଏହି ଅବଧିରେ ଭାରତ କିନ୍ତୁ ୧୨୪ ଟନ୍ ସୁନା ଆମଦାନି କରିଥିଲା ।

Related Articles

Leave a Reply

Your email address will not be published.

Back to top button