ଟ୍ରିପଲ ମ୍ୟୁଟାଣ୍ଟ ଷ୍ଟ୍ରେନ, ୪ ରାଜ୍ୟରେ ମାଡ଼ି ଚାଲିଛି ସଂକ୍ରମଣ

ନୂଆଦିଲ୍ଲୀ: ଭାରତ ଏବେ ଦ୍ୱିତୀୟ ଲହର ସଂକ୍ରମଣର ମଧ୍ୟ ଭାଗରେ ଅଛି । ବ୍ରାଜିଲକୁ ଟପି ଭାରତ ବିଶ୍ୱରେ ଦ୍ୱିତୀୟ ସର୍ବାଧିକ ପ୍ରଭାବିତ ରାଷ୍ଟ୍ର ପାଲଟିଥିବା ବେଳେ ଦ୍ୱିତୀୟ ଲହର ସଂକ୍ରମଣ ଦେଶରେ ଅତି ବିପଜ୍ଜନକ ସ୍ଥିତି ସୃଷ୍ଟି କରିଛି । ଏଭଳି ସ୍ଥିତିରେ ଟ୍ରିପଲ ମ୍ୟୁଟାଣ୍ଟ ଷ୍ଟ୍ରେନ ତଥା ବେଙ୍ଗଲ ଷ୍ଟ୍ରେନ ନୂଆ ଚିନ୍ତାର କାରଣ ପାଲଟିଛି । ଏହି ଷ୍ଟ୍ରେନ ୪ ରାଜ୍ୟର ସଙ୍କଟ ବଢ଼ାଇଛି । ମହାରାଷ୍ଟ୍ର, ଦିଲ୍ଲୀ, ପଶ୍ଚିମବଙ୍ଗ ଏବଂ ଛତିଶଗଡ଼ ପରି ରାଜ୍ୟମାନଙ୍କରେ ଟ୍ରିପଲ ମ୍ୟୁଟାଣ୍ଟ ଷ୍ଟ୍ରେନ ଚିହ୍ନଟ ହେବା ସହ ଏହା ଦ୍ୱାରା ସଂକ୍ରମଣ ଅତି କ୍ଷୀପ୍ର ଗତିରେ ମାଡ଼ି ଚାଲିଥିବା ଜଣାପଡ଼ିଛି । ରିପୋର୍ଟ ଅନୁଯାୟୀ ପଶ୍ଚିମବଙ୍ଗ ଏହି ଟ୍ରିପଲ ମ୍ୟୁଟାଣ୍ଟର ହଟସ୍ପଟ । ଏହା ଡବଲ ମ୍ୟୁଟାଣ୍ଟ ଅପେକ୍ଷା ଅଧିକ ସଂକ୍ରାମକ । ଟ୍ରିପଲ ମ୍ୟୁଟାଣ୍ଟ ଅତି ଗୁରୁତର ସ୍ୱାସ୍ଥ୍ୟ ସମସ୍ୟା ସୃଷ୍ଟି କରିବ ।

Related Articles

Leave a Reply

Your email address will not be published.

Back to top button