ଟିକଟକ ଓ ୱିଚାଟ ବ୍ୟାନ ନେଇ ଟ୍ରମ୍ପଙ୍କ ଆଦେଶ ରଦ୍ଦ କଲେ ବାଇଡେନ

ୱାଶିଂଟନ: ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଦ୍ବାରା ବ୍ୟାନ କରାଯାଇଥିବା ଟିକଟକ ଓ ୱିଚାଟ ଆଦେଶକୁ ପ୍ରତ୍ୟାହାର କରି ନେଇଛନ୍ତି। ଟ୍ରମ୍ପ ଏନେଇ ଡ୍ବାଇଟ ହାଉସ ଜରିଆରେ ଯେଉଁ କାର୍ଯ୍ୟକାରୀ ନିର୍ଦ୍ଦେଶନାମା ଦେଇଥିଲେ ତାହାକୁ ବାଇଡେନ ଆଉ ଏକ ନିର୍ଦେଶନାମା ଜରିଆରେ ରଦ୍ଦ କରିଛନ୍ତି। ରାଷ୍ଟ୍ରପତି ବାଇଡେନ ଏଥିସହ କମର୍ସ ଡିପାର୍ଟମେଣ୍ଟକୁ ଏହି ଦୁଇ ଆପ ଦ୍ବାରା କିଛି ସୁରକ୍ଷା ବିପନ୍ନ ହେଉଛି କି ନାହିଁ ତଦନ୍ତ କରି ରିପୋର୍ଟ କରିବାକୁ ନିର୍ଦେଶ ଦେଇଛନ୍ତି। ଏଠାରେ ସୂଚନାଯୋଗ୍ୟ ଯେ ପୂର୍ବତନ ରାଷ୍ଟ୍ରପତି ଟ୍ରମ୍ପ ଏହି ଦୁଇ ଚାଇନୀଜ ଆପ ଦ୍ବାରା ସୁରକ୍ଷା ବିପନ୍ନ ହେଉଛି ଦର୍ଶାଇ ବ୍ୟାନ କରିଥିଲେ। ଅବଶ୍ୟ ସେତେବେଳେ ବି କୋର୍ଟ ଟ୍ରମ୍ପଙ୍କ ଆଦେଶ ଉପରେ ରହିତାଦେଶ ଦେଇଥିଲେ। ଟ୍ରମ୍ପ ତାଙ୍କ ଚୀନ ବିରୋଧୀ ଆଭିମୁଖ୍ୟ ଅନୁସାରେ କେବଳ ଟିକଟକ ଓ ୱିଚାଟ ନୁହେଁ ଆଉ ୮ଟି ଚାଇନିଜ ଆପକୁ ବି ବ୍ୟାନ କରିଥିଲେ। ଏହାପରେ ଭାରତ ସମେତ ଅନେକ ରାଷ୍ଟ୍ର ସେତେବେଳେ ଚାଇନିଜ ଆପକୁ ବ୍ୟାନ କରି ସମସ୍ତେ ଏକାଠି ହୋଇଥିଲେ।

Related Articles

Leave a Reply

Your email address will not be published.

Back to top button