ଟି-୨୦ ସିରିଜ୍

ଚୂଡ଼ାନ୍ତ ଏକାଦଶକୁ ନେଇ ଦଳର ମାନସ ମନ୍ଥନ

ଅହମ୍ମଦାବାଦ : ଶୁକ୍ରବାରଠାରୁ ଇଂଲଣ୍ଡ ବିପକ୍ଷରେ ଘରୋଇ ଭାରତ ୫ ମ୍ୟାଚ୍‌ର ଟ୍ବେଣ୍ଟି୨୦ ସିରିଜ୍ ଖେଳିବ। ଏହି ସିରିଜ୍‌​ ପୂର୍ବରୁ ପ୍ରତିପକ୍ଷର ଶକ୍ତି ଆକଳନ କରିବା ଅପେକ୍ଷା ନିଜର ଏକାଦଶ ଚୂଡ଼ାନ୍ତ କରିବା ନେଇ ଭାରତୀୟ ଦଳ ମାନସ ମନ୍ଥନ ଚଳାଇଛି। କାରଣ ଦଳରେ ଏକାଧିକ ସ୍ଥାନ ପାଇଁ ଏକାଧିକ ବିକଳ୍ପ ଖେଳାଳି ରହିଛନ୍ତି। ଦଳରେ ୧୯ ଜଣ ଖେଳାଳି ଥିବା ବେଳେ ପ୍ରତି ସ୍ଥାନ ପାଇଁ ୨ ଜଣ ଦାବିଦାର ଅଛନ୍ତି। ତେଣୁ ଚୂଡ଼ାନ୍ତ ୧୧ ଜଣ ଖେଳାଳିଙ୍କ ବାଛିବା ପ୍ରଶିକ୍ଷକ ରବି ଶାସ୍ତ୍ରୀ ଓ ଅଧିନାୟକ ବିରାଟ କୋହଲିଙ୍କ ପାଇଁ ବଡ଼ ଆହ୍ବାନ ହେବ। ପୁଣି ଭାରତୀୟ ଦଳ ଏପରି ବି କରିପାରେ ଯେ ପ୍ରଥମ ପସନ୍ଦର ଏକାଦଶକୁ ନେଇ ସିରିଜ୍ ବିଜୟ ନିଶ୍ଚିତ କରିବା ପ​‌େ​‌ର ଏକାଦଶରେ ପରୀକ୍ଷା ନିରୀକ୍ଷା କରିବା। ସବୁଠାରୁ ବଡ଼ କଥା ହେଉଛି ଭାରତୀୟ ଦଳ ହେଉଛି ବିଶ୍ବର ଏପରି ଦଳ; ଯାହାର ପ୍ରଶଂସକଙ୍କ ସଂଖ୍ୟା ବିଶ୍ବରେ ସର୍ବାଧିକ। ତେଣୁ | ପାଇଁ ବିଜୟ ନିଶ୍ଚିତ କରିବା ଦଳର ପ୍ରଥମ ଦାୟିତ୍ବ। ଦଳ ସମସ୍ତ ମ୍ୟାଚ୍ ଗୋଟିଏ ଷ୍ଟାଡିୟମ୍‌ରେ ଖେଳିବାର ଥିବାରୁ ମ୍ୟାଚ୍‌ ପରେ ମ୍ୟାଚ୍ ଏକାଦଶରେ ପରିବର୍ତ୍ତନ ହେବା ନିଶ୍ଚିତ। ଟେଷ୍ଟ କ୍ରିକେଟ୍‌ରେ ଚମତ୍କାର ପ୍ରଦର୍ଶନ ବଳରେ ଟ୍ବେଣ୍ଟି୨୦ ଦଳ​‌େ​‌ର ଋଷଭ ପନ୍ତ୍ ସ୍ଥାନପାଇବା ଦଳର ମୁଣ୍ଡବିନ୍ଧା ବଢ଼ାଇ ଦେଇଛି। କିଛିମାସ ତଳେ ଟ୍ବେଣ୍ଟି୨୦ କ୍ରିକେଟ୍‌ରେ ଭାରତର ପ୍ରଥମ ପସନ୍ଦର ୱିକେଟ ରକ୍ଷକ ଥିବା କେ.ଏଲ୍‌. ରାହୁଲଙ୍କ ସ୍ଥାନରେ ପନ୍ତ୍ ୱିକେଟ ରକ୍ଷଣ କରିବା ନିଶ୍ଚିତ। ଧଳାବଲ୍‌ କ୍ରିକେଟ୍‌ରେ ରୋହିତ ଶର୍ମାଙ୍କ ବିକଳ୍ପ ଓପ୍‌ନର ଭାରତୀୟ ଦଳରେ ନାହାନ୍ତି। ରୋହିତ ଓପନ୍‌ କରିବା ନିଶ୍ଚିତ ହୋଇଥିବା ବେଳେ ୨ୟ ଓପ୍‌ନର ସ୍ଥାନ ପାଇଁ ରାହୁଲ ଓ ଶିଖର ଧାୱନଙ୍କ ମଧ୍ୟରେ ମୁକାବିଲା ହେବା ନିଶ୍ଚିତ। ରାହୁଲ ଭାରତ ପାଇଁ ଓ ଆଇପିଏଲ୍‌ରେ ଭଲ ପ୍ରଦର୍ଶନ କରିଥିବା ବେଳେ ଓପ୍‌ନିଂ ସ୍ଥାନ ପାଇଁ ବଡ଼ ଦାବିଦାର। ବାମହାତି ଧାୱନ୍ ଦିଲ୍ଲୀ ପାଇଁ ଘରୋଇ କ୍ରିକେଟ୍‌ରେ ଭଲ ପ୍ରଦର୍ଶନ କରୁଛନ୍ତି। ଅଧିନାୟକ ବିରାଟ କୋହଲି ୩ନଂ ସ୍ଥାନରେ ବ୍ୟାଟିଂ କରିବାର ଥିବା ବେଳେ ଋଷଭ ପନ୍ତ୍ ୫ ଓ ହାର୍ଦିକ ପାଣ୍ଡ୍ୟା ୬ନଂରେ ଖେଳିବେ। ତେଣୁ ୪ନଂରେ ଖେଳିବେ କିଏ? ରାହୁଲଙ୍କ ସହ ଏହି ସ୍ଥାନ ପାଇଁ ଶ୍ରେୟାସ ଆୟର ଓ ସୂର୍ୟ୍ୟକୁମାର ଯାଦବ ଦାବିଦାର ଅଛନ୍ତି।

Related Articles

Leave a Reply

Your email address will not be published.

Back to top button