ଜେଇଇ ମେନ ସ୍ଥଗିତ

ଭୁବନେଶ୍ୱର: ରାଜ୍ୟରେ ଭୟଙ୍କର ହେଉଛି କରୋନା ସ୍ଥିତି ।  ବଢୁଛି କରୋନାର କାୟା ।  ସ୍ଥିତି ହେଉଛି ବେକାବୁ । ଓଡ଼ିଶାରେ କରୋନା ମହାମାରୀର ମହାସମର ଆରମ୍ଭ ହୋଇଯାଇଛି । କରୋନା ଏବେ ଲମ୍ବ ଡିଆଁ ମାରି ଗୋଟିକ ପରେ  ଗୋଟିଏ ଜିଲ୍ଲାରେ ପ୍ରବେଶ କରିଛି । ଦିନକୁ ଦିନ ଆକ୍ରାନ୍ତଙ୍କ ସଂଖ୍ୟା ବଢି ଚାଲିଛି ।  ଏହାରି ଭିତରେ ଏକ ବଡ଼ ଖବର ସାମନାକୁ ଆସିଛି ।  ତାହା ହେଲା ଯୁଗ୍ମ ପ୍ରବେଶିକା ପରୀକ୍ଷା ଜେଇଇ(ମେନ)କୁ ସ୍ଥଗିତ ରଖାଯାଇଛି ।  ୨୦୨୧ ଏପ୍ରିଲ ସେସନର ଜେଇଇ(ମେନ)କୁ ସ୍ଥଗିତ ରଖାଯାଇଛି । ପରୀକ୍ଷା ପାଇଁ ପରବର୍ତ୍ତୀ ସମୟରେ ତାରିଖ ଘୋଷଣା କରାଯିବ ।  ଚଳିତ ମାସ ୨୭, ୨୮ ଓ ୩୦ ତାରିଖରେ ଜେଇଇ(ମେନ) ହେବାର ଥିଲା ।

Related Articles

Leave a Reply

Your email address will not be published.

Back to top button