ଜାତୀୟ ଚଳଚ୍ଚିତ୍ର ପୁରସ୍କାର ଘୋଷଣା: ସୁଶାନ୍ତଙ୍କ `ଛିଛୋରେ’ ଶ୍ରେଷ୍ଠ ହିନ୍ଦୀ ଚଳଚ୍ଚିତ୍ର

‘ଶଲା ବୁଢ଼ାର ବଦଲା’ ଓ ‘କାଲିର ଅତୀତ’ ଶ୍ରେଷ୍ଠ ଓଡ଼ିଆ ଫିଲ୍ମ

୨୦୧୯ ବର୍ଷ ପାଇଁ ସୋମବାର ୬୭ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ଘୋଷଣା ହୋଇଛି। ଏଥିରେ ବଲିଉଡର ଦିବଂଗତ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ଶେଷ ଫିଲ୍ମ ‘ଛିଛୋରେ’କୁ ଶ୍ରେଷ୍ଠ ହିନ୍ଦୀ ଚଳଚ୍ଚିତ୍ର ପୁରସ୍କାର ମିଳିଛି। ସେହିପରି ଅଭିନେତ୍ରୀ କଙ୍ଗନା ରଣାୱତଙ୍କୁ ଫିଲ୍ମ ‘ମଣିକର୍ଣ୍ଣିକା’ ଓ ‘ପଙ୍ଗା’  ପାଇଁ ଶ୍ରେଷ୍ଠ ଅଭିନେତ୍ରୀ ପୁରସ୍କାର ମିଳିଛି। ଏହାଛଡ଼ା ଶ୍ରେଷ୍ଠ ଓଡ଼ିଆ ସିନେମା ଭାବେ ଶଲା ବୁଢ଼ାର ବଦଲା ଓ କାଲିର ଅତୀତ ମନୋନୀତ ହୋଇଛନ୍ତି। ଆହୁରି ଶ୍ରେଷ୍ଠ କଳା ଓ ସଂସ୍କୃତି ଫିଲ୍ମ ଭାବେ ଓଡ଼ିଆ ଚଳଚ୍ଚିତ୍ର ‘ଶ୍ରୀକ୍ଷେତ୍ରରୁ ସାହିଜାତ’ ମନୋନୀତ ହୋଇଛି। ତା’ଛଡ଼ା ‘ଭୋସଲେ’ ଫିଲ୍ମ ପାଇଁ ମନୋଜ ବାଜପେୟୀ ଓ ‘ଅସୁରନ୍‌’ ପାଇଁ ଧନୁଷଙ୍କୁ ଯୁଗ୍ମ ଭାବେ ଶ୍ରେଷ୍ଠ ଅଭିନେତା ମନୋନୀତ କରାଯାଇଛି। ସେହିପରି ଫିଲ୍ମ ଶୁଟିଂ ପାଇଁ ସିକ୍କିମଙ୍କୁ ସବୁଠାରୁ ଅନୁକୂଳ ରାଜ୍ୟ ପୁରସ୍କାର ପ୍ରଦାନ କରାଯାଇଥିବା ବେଳେ ସୋହିନୀ ଚଟ୍ଟୋପାଧ୍ୟାୟଙ୍କୁ ଶ୍ରେଷ୍ଠ ଚଳଚ୍ଚିତ୍ର ସମାଲୋଚକ ପୁରସ୍କାର ମିଳିଥିବା ଜଣାପଡ଼ିଛି। ଆହୁରି ଶ୍ରେଷ୍ଠ ବୁକ୍‌ ଅନ୍ ସିନେମା ଭାବେ ‘ଏ ଗାନ୍ଧିଆନ୍ ଆଫେୟାର୍‌: ଇଣ୍ଡିଆଜ୍‌ କ୍ୟୁରିଅସ୍‌ ଲଭ୍ ଇନ୍‌ ସିନେମା ବାୟ ସଞ୍ଜୟ ପୁରୀ’ ପୁରସ୍କୃତ ହୋଇଥିବା ବେଳେ ଅଣଚଳଚ୍ଚିତ୍ର କ୍ଷେତ୍ରରେ ଶ୍ରେଷ୍ଠ ନାରାସନ୍ ଭାବେ ୱାଇଲ୍ଡ କର୍ଣ୍ଣାଟକ ପାଇଁ ସାର୍ ଡେଭିଡ୍ ଆଟେନବୋରୋ ପୁରସ୍କୃତ ହୋଇଛନ୍ତି।

ଅଧିକନ୍ତୁ ଶ୍ରେଷ୍ଠ ସମ୍ପାଦନା କ୍ଷେତ୍ରରେ ‘ଶଟ୍ ଅପ୍ ସୋନା’ ପାଇଁ ଅର୍ଜୁନ ଗୌରସାରିଆ ପୁରସ୍କୃତ ହୋଇଛନ୍ତି। ଶ୍ରେଷ୍ଠ ସଙ୍ଗୀତ ନିର୍ଦେଶକ ଭାବେ ବିଶାଖ ଜ୍ୟୋତି, ଶ୍ରେଷ୍ଠ ସିନେମୋଟୋଗ୍ରାଫର ଭାବେ ସବିତା ସିଂହ, ଶ୍ରେଷ୍ଠ ନିର୍ଦ୍ଦେଶକ ଭାବେ ଫିଲ୍ମ ‘ନକ୍‌ ନକ୍‌ ନକ୍‌’ ପାଇଁ ସୁଧାଂଶୁ ସରିୟା ସମ୍ମାନିତ ହୋଇଛନ୍ତି। ଆହୁରି ଶ୍ରେଷ୍ଠ ଆନିମେସନ ଫିଲ୍ମ ଭାବେ ‘ରାଧା’, ଶ୍ରେଷ୍ଠ ଫିମେଲ୍ ପାର୍ଶ୍ବଗାୟିକା ଭାବେ ମରାଠି ଗାୟିକା ସାୱନି ରବୀନ୍ଦ୍ର ପୁରସ୍କୃତ ହୋଇଛନ୍ତି। ତା’ଛଡ଼ା ଶ୍ରେଷ୍ଠ ପୁରୁଷ ପାର୍ଶ୍ବଗାୟକ ଭାବେ ‘ତେରୀ ମିଟି’ ଗୀତ ପାଇଁ ବି ପ୍ରାକ୍, ଶ୍ରେଷ୍ଠ ନିର୍ଦେଶକ ଭାବେ ସଞ୍ଜୟ ପୁରେ ସିଂ ଚୌହାନ, ଶ୍ରେଷ୍ଠ ପପୁଲାର ଫିଲ୍ମ ଭାବେ ମହର୍ଷି ମନୋନୀତ ହୋଇଛନ୍ତି। ଆହୁରି ଶ୍ରେଷ୍ଠ ଶର୍ଟ ଫିଲ୍ମ ଭାବେ କଷ୍ଟଡି (ହିନ୍ଦୀ/ଇଂରାଜୀ), ସ୍ପେଶାଲ ଜୁରୀ ଆୱାର୍ଡ ସ୍ମଲ ସ୍କେଲ ସୋସାଇଟି (ଇଂରାଜୀ), ଶ୍ରେଷ୍ଠ ଇନ୍‌ଭେଷ୍ଟିଗେଟ୍‌ ଫିଲ୍ମ ଭାବେ ଜାକାଲ, ଶ୍ରେଷ୍ଠ ସୋସିଆଲ ଇସ୍ୟୁ ଭାବେ ହୋଲି ରାଇଟ୍‌ସ, ଶ୍ରେଷ୍ଠ ନନ୍‌ ଫିଚର ଫିଲ୍ମ ଭାବେ ଆନ୍‌ ଇଞ୍ଜିନିଅର ଡ୍ରିମ୍ (ହିନ୍ଦୀ) ବିବେଚିତ ହୋଇଛନ୍ତି।

Related Articles

Leave a Reply

Your email address will not be published.

Back to top button