ଜଗନ୍ନାଥ ବିଦ୍ୟାଧର ମହାପାତ୍ର ହେବେ ସିବିଡିଟି ଅଧ୍ୟକ୍ଷ

ଭୁବନେଶ୍ବର: ପୁଣି ଆଉ ଜଣେ ଓଡ଼ିଆଙ୍କୁ କେନ୍ଦ୍ରରେ ମିଳିଛି ଗୁରୁ ଦାୟିତ୍ବ। କେନ୍ଦ୍ରୀୟ ପ୍ରତ୍ୟକ୍ଷ ଟିକସ ବୋର୍ଡ (ସିବିଡିଟି)ର ନୂତନ ଅଧ୍ୟକ୍ଷ ଦାୟିତ୍ବ ସମ୍ଭାଳିଛନ୍ତି ଓଡ଼ିଆ ପୁଅ। ବର୍ତ୍ତମାନର ଅଧ୍ୟକ୍ଷ ଥିବା ପ୍ରତାପ ଚନ୍ଦ୍ର ମୋଦୀଙ୍କ କାର୍ଯ୍ୟାକାଳ ଗତକାଲି ଶେଷ ହୋଇଥିବା ବେଳେ ତାଙ୍କ ସ୍ଥାନରେ ଆଜିଠାରୁ ଜଗନ୍ନାଥ ବିଦ୍ୟାଧର ମହାପାତ୍ରଙ୍କୁ ପରବର୍ତ୍ତୀ ଅଧ୍ୟକ୍ଷ ଭାବେ ଦାୟିତ୍ବ ହସ୍ତାନ୍ତର କରାଯାଇଛି। ସେ ଆସନ୍ତା ୩ମାସ ପାଇଁ ଏହି ପଦରେ ରହିବେ।

୧୫ ଫେବ୍ରୁଆରୀ ୨୦୧୯ ତାରିଖରେ ପ୍ରତାପ ଚନ୍ଦ୍ର ମୋଦୀ କେନ୍ଦ୍ରୀୟ ପ୍ରତ୍ୟକ୍ଷ କର ବୋର୍ଡର ଅଧ୍ୟକ୍ଷ ଭାବେ କାର୍ଯ୍ୟଭାର ଗ୍ରହଣ କରିଥିଲେ। ସେହିପରି ଚଳିତ ମାସ ୨୭ ତାରିଖରେ କେନ୍ଦ୍ର ସରକାର ସିବିଡିଟିର ୩ ନୂଆ ସଦସ୍ୟଙ୍କୁ ନିଯୁକ୍ତି ପ୍ରଦାନ କରିଥିଲେ। ୧୯୮୫ ବ୍ୟାଚ୍‌ର ଆଇଆରଏସ ଅଧିକାରୀ ଅନୁ ଜେ ସିଂହ, ଜଗନ୍ନାଥ ବିଦ୍ୟାଧର ମହାପାତ୍ର ଓ ଅନୁଜ ଷଡ଼ଙ୍ଗୀଙ୍କୁ ସିବିଡିଟିର ନୂତନ ସଦସ୍ୟ ଭାବେ ନିଯୁକ୍ତି ଦିଆଯାଇଥିବା କ୍ୟାବିନେଟ୍‌ ନିଯୁକ୍ତି କମିଟି ପକ୍ଷରୁ ପ୍ରକାଶିତ ବିଜ୍ଞପ୍ତିରେ କୁହାଯାଇଥିଲା। ମେ’ ୩୧ ତାରିଖରେ ମୋଦୀଙ୍କର କାର୍ଯ୍ୟକାଳ ଶେଷ ହୋଇଥିବାରୁ ସର୍ବସମ୍ମତିକ୍ରମେ ଜଗନ୍ନାଥ ବିଦ୍ୟାଧର ମହାପାତ୍ରଙ୍କୁ କେନ୍ଦ୍ରୀୟ ପ୍ରତ୍ୟକ୍ଷ କର ବୋର୍ଡର ଅଧ୍ୟକ୍ଷ ଭାବେ ଅତିରିକ୍ତ ଦାୟିତ୍ୱ ପ୍ରଦାନ କରାୟାଇଛି। ନିୟମିତ ଅଧ୍ୟକ୍ଷ ଚୟନ ହେବା ପର୍ଯ୍ୟନ୍ତ ଜଗନ୍ନାଥ ଏହି କାର୍ଯ୍ୟଭାର ସମ୍ଭାଳିବେ। ମହାପାତ୍ର ଆସନ୍ତା ବର୍ଷ ଏପ୍ରିଲ୍‌ ମାସରେ ଅବସର ଗ୍ରହଣ କରିବେ। ଏହା ପୂର୍ବରୁ ସେ ଆନ୍ଧ୍ର ପ୍ରଦେଶ ଓ ତେଲଙ୍ଗାନାରେ ପ୍ରମୁଖ କମିସନର (ଆୟକର) ଭାବେ ନିଯୁକ୍ତି ପାଇଥିଲେ।

Related Articles

Leave a Reply

Your email address will not be published.

Back to top button