ଚିନ୍ତା ବଢ଼ାଇଲାଣି ଶିକ୍ଷାନୁଷ୍ଠାନ

ରେଭେନ୍ସା ଓ କେନ୍ଦ୍ରୀୟ ବିଦ୍ୟାଳୟରୁ କୋରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ବର: ରାଜ୍ୟରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଥିବା ବେଳେ ଏବେ ଚିନ୍ତା ବଢ଼ାଇଲାଣି ବିଭିନ୍ନ ଶିକ୍ଷାନୁଷ୍ଠାନ। ପ୍ରଥମେ କଟକ ଆଉ ଏବେ ଭୁବନେଶ୍ୱରର ଅନେକ ଶିକ୍ଷାନୁଷ୍ଠାନରୁ କୋରୋନା ପଜିଟିଭ୍‌ ଚିହ୍ନଟ ହୋଇଥିବା ବେଳେ ଆଜି ରେଭେନ୍ସା ବିଶ୍ବବିଦ୍ୟାଳୟ ଓ କେନ୍ଦ୍ରୀୟ ବିଦ୍ୟାଳୟରୁ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ରେଭେନ୍ସା ବିଶ୍ବବିଦ୍ୟାଳୟରୁ ୨ ଜଣ ସଂକ୍ରମିତି ଚିହ୍ନଟ ହୋଇଥିବା ବେଳେ କେନ୍ଦ୍ରୀୟ ବିଦ୍ୟାଳୟ-୧ରୁ ଜଣେ ଛାତ୍ର କୋରୋନା ପଜିଟିଭ ବାହାରିଛନ୍ତି। ସେହିପରି ଏନ୍‌ଆଇଟିରୁ ୩ ଜଣ ମଧ୍ୟ କୋରୋନାରେ ଆକ୍ରାନ୍ତ ହୋଇଥିବା ନେଇ ପୂର୍ବରୁ ସୂଚନା ମିଳିଥିଲା।

ସୂଚନାଯୋଗ୍ୟ, ରେଭେନ୍ସା ବିଶ୍ବବିଦ୍ୟାଳୟରୁ ୨ ଜଣ ସଂକ୍ରମିତି ଚିହ୍ନଟ ହୋଇଛନ୍ତି। ଏହାପରେ ବିଶ୍ୱବିଦ୍ୟାଳୟ ପକ୍ଷରୁ ହେବାକୁ ଥିବା ୟୁଜି ଓ ପିଜି ପରୀକ୍ଷାକୁ ସ୍ଥଗିତ ରଖାଯାଇଛି। ବିଶ୍ବବିଦ୍ୟାଳୟ କ୍ୟାମ୍ପସ୍‌ରେ କୋରୋନା ପଜିଟିଭ୍‌ ଚିହ୍ନଟ ପରେ ଏପରି ପଦକ୍ଷେପ ନିଆଯାଇଥିବା ଜଣାପଡ଼ିଛି। ଆଜି ପରୀକ୍ଷା ହେବାକୁ ଥିବାବେଳେ ପରୀକ୍ଷା ବନ୍ଦ ନେଇ ରେଭେନ୍ସା ବିଶ୍ୱବିଦ୍ୟାଳୟ ପରୀକ୍ଷା ନିୟନ୍ତ୍ରକ ସୂଚନା ଦେଇଛନ୍ତି। ଅନ୍ୟପକ୍ଷରେ ଆକ୍ରାନ୍ତ ବାହାରିଥିବା ହଷ୍ଟେଲ୍‌କୁ ସାନିଟାଇଜ୍‌ କରାଯାଉଛି। ପଜିଟିଭି ଛାତ୍ରୀଙ୍କୁ ଆଇସୋଲେସନ୍‌ରେ ରଖାଯାଇଛି। ହଷ୍ଟେଲ୍‌ରେ ରହୁଥିବା ଅନ୍ୟ ଛାତ୍ରୀଙ୍କୁ ଆସନ୍ତା ଦୁଇଦିନ ମଧ୍ୟରେ ହଷ୍ଟେଲ୍‌ ଛାଡ଼ିବାକୁ ପରାମର୍ଶ ଦିଆଯାଇଛି। ସେହିପରି ଆଜି ଭୁବନେଶ୍ୱର କେନ୍ଦ୍ରୀୟ ବିଦ୍ୟାଳୟ-୧ରୁ ଜଣେ ଛାତ୍ର କୋରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି।  ଏ ନେଇ ସୂଚନା ଦେଇଛନ୍ତି କେନ୍ଦ୍ରୀୟ ବିଦ୍ୟାଳୟ-୧ ଭାଇସ୍ ପ୍ରିନ୍ସିପାଲ ଉପେନ୍ଦ୍ର ସିଂ। ପୂର୍ବରୁ ଛାତ୍ରଙ୍କ ବାପା ପଜିଟିଭ୍‌ ଚିହ୍ନଟ ହୋଇଥିଲେ। ଛାତ୍ର ଜଣକ ଗତ ଶନିବାର ଗୋଟିଏ ଦିନ ପରୀକ୍ଷା ଦେବାକୁ ସ୍କୁଲ୍‌ ଆସିଥିଲେ। ଲକ୍ଷଣ ଦେଖାଦେବାରୁ ଟେଷ୍ଟ୍‌ କରାଯାଇଥିଲା। ତାଙ୍କର ନମୁନା ପଜିଟିଭ୍‌ ଆସିଛି। ଏହା ପରେ ଛାତ୍ରଙ୍କ କଣ୍ଟାକ୍ଟ ଟ୍ରେସିଂ ଜାରି ରହିଛି। ଆବଶ୍ୟକ ପଦକ୍ଷେପ ନିଆଯିବ ବୋଲି ସ୍କୁଲ୍‌ କର୍ତ୍ତୃପକ୍ଷ କହିଛନ୍ତି।

Related Articles

Leave a Reply

Your email address will not be published.

Back to top button