ଘୁଞ୍ଚିଲା ଟିକା ଟେଣ୍ଡର ପ୍ରକ୍ରିୟା

ଭୁବନେଶ୍ୱର: ଟିକା ପାଇଁ ଗ୍ଲୋବାଲ ଟେଣ୍ଡର ପ୍ରକ୍ରିୟାକୁ ଘୁଞ୍ଚାଯାଇଛି ।  ରାଜ୍ୟ ସରକାର ଗ୍ଲୋବାଲ ଟେଣ୍ଡର ପ୍ରକ୍ରିୟାକୁ ୧ ସପ୍ତାହ ପାଇଁ ଘୁଞ୍ଚାଇ ଦେଇଛନ୍ତି ।  ଆଜି ସରିବାକୁ  ଥିବା ଗ୍ଲୋବାଲ ଟେଣ୍ଡର ପ୍ରକ୍ରିୟାକୁ  ଜୁନ ୪ ପର୍ଯ୍ୟନ୍ତ ଘୁଞ୍ଚାଇ ଦିଆଯାଇଛି ।  ବଜାରରୁ ଟିକା କିଣିବା ଲାଗି ରାଜ୍ୟ ସରକାର ଗ୍ଲୋବାଲ ଟେଣ୍ଡର ଆହ୍ୱାନ କରିଥିଲେ। ଏଥିରେ ବିଦେଶର ଅନେକ ଟିକା ଉତ୍ପାଦନକାରୀ କଂପାନୀ ଅଂଶଗ୍ରହଣ କରିଥିଲେ। ଆଜି ପୂର୍ବାହ୍ନ ୧୧ଟାରେ ଟେକ୍ନିକାଲ୍ ବିଡ୍ ଖୋଲାଯିବାର ଥିଲା। ଏହା ପରେ ଫାଇନାନ୍‌ସିଆଲ୍ ବିଡ୍ ଖୋଲା ଯାଇଥା’ନ୍ତା। ହେଲେ ସରକାରଙ୍କ ପକ୍ଷରୁ ଏହାକୁ ଆଉ ୭ ଦିନ ପାଇଁ ଘୁଞ୍ଚାଇ ଦିଆଯାଇଛି। ଦେଶରେ ଉତ୍ପାଦନ ହେଉଥିବା ଟିକା କୋଭାକ୍ସିନ ଓ କୋଭିସିଲ୍ଡ ଉପଯୁକ୍ତ ପରିମାଣର ମିଳି ପାରୁନଥିବାରୁ ଗ୍ଲୋବାଲ୍ ଟେଣ୍ଡର ଜରିଆରେ ରାଜ୍ୟ ସରକାର ଟିକା କିଣି ଲୋକଙ୍କୁ ଦେବା ଲାଗି ଯୋଜନା କରିଛନ୍ତି। ଏହାସହ ଅଧିକ କଂପାନିକୁ ଆକୃଷ୍ଟ କରିବାକୁ ନିକଟରେ ଟେଣ୍ଡରର କେତେକ ସର୍ତ୍ତରେ ପରିବର୍ତ୍ତନ ମଧ୍ୟ କରାଯାଇଥିଲା। ରାଜ୍ୟ ସରକାର ନିଜ ଖର୍ଚ୍ଚରେ ୧୮ରୁ ୪୪ ବର୍ଷର ଲୋକଙ୍କୁ ମାଗଣାରେ ଟିକା ଦେବେ ବୋଲି ଘୋଷଣା କରିଛନ୍ତି। ଏମାନଙ୍କ ସଂଖ୍ୟା ପ୍ରାୟ ୨ କୋଟି ହୋଇପାରେ।

Related Articles

Leave a Reply

Your email address will not be published.

Back to top button