ଗାନ୍ଧୀଙ୍କ ଅଣନାତୁଣୀଙ୍କୁ ଜେଲ

ନୂଆଦିଲ୍ଲୀ: ମହାତ୍ମା ଗାନ୍ଧୀଙ୍କ ଅଣନାତୁଣୀ ଆଶିଷ ଲତା ରାମଗୋବିନଙ୍କୁ ଦକ୍ଷିଣ ଆଫ୍ରିକରେ ୭ ବର୍ଷ ଜେଲଦଣ୍ଡ ହୋଇଛି । ୫୬ ବର୍ଷୀୟା ଲତା ରାମଗୋବିନଙ୍କୁ ୬ ନିୟୁତ ରାଉଣ୍ଡ (୩.୨୨ କୋଟି ଟଙ୍କା)ର ଠକେଇ ଏବଂ ଜାଲିଆତି ମାମଲାରେ ଡରବାନ୍ କୋର୍ଟ ଏହି ଦଣ୍ଡାଦେଶ ଦେଇଛନ୍ତି । ଏସ ଆର ମହାରାଜ ନାମକ ଜଣେ ବ୍ୟବସାୟୀଙ୍କୁ ଠକିବା ଅଭିଯୋଗରେ ଅଦାଲତ ତାଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି । ଭାରତରୁ ଆମଦାନି କରିଥିବା ସାମଗ୍ରୀର ଆମଦାନି ଓ ସୀମା ଶୁଳ୍କ ବାବଦ ଅର୍ଥ ପ୍ରଦାନ କରିବା ଲାଗି ସେ ଏସ ଆର ମହାରାଜ ନାମକ ଜଣେ ବ୍ୟବସାୟୀଙ୍କ ଠାରୁ ଉପରୋକ୍ତ ଅର୍ଥ ନେଇଥିଲେ । କିନ୍ତୁ ପ୍ରକୃତରେ ଭାରତରୁ କୌଣସି ଆମଦାନି ହୋଇ ନଥିଲା । ତେବେ ମହାରାଜଙ୍କୁ ଲାଭର ଅଂଶ ଦିଆଯିବ ବୋଲି ଲତା ରାମଗୋବିନ୍ ପ୍ରତିଶ୍ରୁତି ଦେଇଥିଲେ ।
ମାମଲାର ବିଚାରବେଳେ ଜାତୀୟ ତଦନ୍ତକାରୀ ସଂସ୍ଥା (ଏନପିଏ)ର ବ୍ରିଗେଡିୟର ହାଙ୍ଗୱାନି ମୁଲାଉଦଜି କହିଥିଲେ ଲତା ଜାଲ୍ ଇନଭଏସ ଏବଂ ଦସ୍ତାବିଜ ନିବେଶକଙ୍କୁ ଦେଇଥିଲେ । ଭାରତରୁ ୩ଟି କଣ୍ଟେନରରେ ଲାଇନେନ ଆମଦାନି ହେଉଛି ବୋଲି କହିଥିଲେ । ୨୦୧୫ ମସିହାରେ ନ୍ୟୁ ଆଫ୍ରିକା ଆଲାଏନ୍ସ ଫୁଟୱେର ଡିଷ୍ଟ୍ରିବ୍ୟୁଟର୍ସର ନିର୍ଦ୍ଦେଶକ ଏସ ଆର ମହାରାଜାଙ୍କୁ ଲତା ଭେଟିଥିଲେ । ମହାରାଜାଙ୍କ କମ୍ପାନି ପୋଷାକ, ଲାଇନେିନ୍ ଏବଂ ଜୋତା ବିକ୍ରି କରିଥାଏ ଏବଂ ଲାଭ ଆବଣ୍ଟନ ଭିତ୍ତିରେ ଅନ୍ୟ କମ୍ପାନିକୁ ଅର୍ଥ ଯୋଗାଇ ଥାଏ । ଦକ୍ଷିଣ ଆଫ୍ରିକାର ହସ୍ପିଟାଲ ଗ୍ରୁପ୍ ନେଟକେୟାର ପାଇଁ ୩ଟି କଣ୍ଟେନରରେ ଲାଇନେନ୍ ଆମଦାନି କରାଯାଉଛି ବୋଲି ଲତା ତାଙ୍କୁ କହିଥିଲେ । ତାଙ୍କ ଠାରେ ବିଶ୍ୱାସ ସୃଷ୍ଟି କରିବା ପାଇଁ ଲତା ତାଙ୍କୁ ଜାଲ୍ ଏନଭଏସ ଦେଖାଇଥିଲେ । ଏପରିକି ନେଟକେୟାରର ବ୍ୟାଙ୍କ ଆକାଉଣ୍ଟରୁ ପେମେଣ୍ଟ୍ ହୋଇଥିବା ସଂପର୍କିତ ଜାଲ କାଗଜ ମଧ୍ୟ କିଛିଦିନ ପରେ ଲତା ତାଙ୍କୁ ଦେଖାଇଥିଲେ । ଲତାଙ୍କ ପରିବାରର ଖ୍ୟାତି ଏବଂ ନେଟକେୟାରର ଦସ୍ତାବିଜ୍ ଦେଖି ମହାରାଜ ତାଙ୍କୁ ଅର୍ଥ ଦେବାକୁ ରାଜି ହୋଇଯାଇଥିଲେ । ତେବେ ପରେ କାଗଜପତ୍ର ଜାଲ୍ ବୋଲି ଜାଣିବା ପରେ ସେ ଲତାଙ୍କ ନାମରେ ଅଭିଯୋଗ କରିଥିଲେ । ଲତା ଗାନ୍ଧୀଙ୍କ ନାତୁଣୀ ଇଲା ଗାନ୍ଧୀ ଏବଂ ନାତୁଣୀ ଜ୍ୱାଇଁ ସ୍ୱର୍ଗତ ମେୱା ରାମଗୋବିନଙ୍କ ଝିଅ ।

Related Articles

Leave a Reply

Your email address will not be published.

Back to top button