ଗାଜା ଉପରେ ପୁଣି ଏୟାର ଷ୍ଟ୍ରାଇକ କଲା ଇସ୍ରାଏଲ

ଜେରୁଜେଲମ: ଇସ୍ରାଏଲ ଅସ୍ତ୍ରବିରତି ଚୁକ୍ତିକୁ ଉଲ୍ଲଙ୍ଘନ କରି ବୁଧବାର ଗାଜା ଉପରେ ଏୟାର ଷ୍ଟ୍ରାଇକ କରିଛି। ଇସ୍ରାଏଲରେ ସରକାର ବଦଳିବା ପରେ ସେଠାକାର ସରକାର ଏପରି ଆଭିମୁଖ୍ୟ ଗ୍ରହଣ କରିବାର ପ୍ରକୃତ କାରଣ ଜଣାପଡ଼ି ନାହିଁ। ଇସ୍ରାଏଲ ଓ ଗାଜା ମଧ୍ୟରେ କିଛି ଦିନ ପୂର୍ବରୁ ଘମାଘୋଟ ଲଢ଼େଇ ହୋଇଥିଲା। ୧୧ ଦିନ ଧରି ଚାଲିଥିବା ଆକ୍ରମଣ ପ୍ରତିଆକ୍ରମଣ ଯୋଗୁ ଗାଜାରେ ବ୍ୟାପକ କ୍ଷତି ହୋଇଥିଲା। ବିଶ୍ୱର ବିଭିନ୍ନ ରାଷ୍ଟ୍ର ଶାନ୍ତି ପ୍ରତିଷ୍ଠା ପାଇଁ ନିବେଦନ କରିବା ପରେ ଇସ୍ରାଏଲ ଓ ହମାସ ମଧ୍ୟରେ ମେ’ ୨୧ରେ ଅସ୍ତ୍ରବିରତି ଉଲ୍ଲଙ୍ଘନ ନ କରିବାକୁ ଚୁକ୍ତି ସମ୍ପନ୍ନ ହୋଇଥିଲା। ମାତ୍ର ଇସ୍ରାଏଲରେ ସରକାର ବଦଳିବା ପରେ ଚୁକ୍ତି ଉଲ୍ଲଙ୍ଘନ ହୋଇଛି। ଇସ୍ରାଏଲ ପ୍ରତିରକ୍ଷା ବିଭାଗ କହିଛି ପାଲେଷ୍ଟାଇନ ବେଲୁନ ମାଡ଼ର ଜବାବ ଦେଶର ବାୟୁସେନା ଦେଇଛି। ହମାସ ଟେରର ସଂଗଠନର ମିଲିଟାରୀ ପ୍ରତିଷ୍ଠାନ ଉପରେ ଆକ୍ରମଣ କରାଯାଇଛି। ଏଠାରେ ଥିବା ଆତଙ୍କବାଦୀଙ୍କ ବିଭିନ୍ନ ଘର ଟାର୍ଗେଟ କରାଯାଇଥିଲା। ଇସ୍ରାଏଲରେ ସ୍ପଷ୍ଟୀକରଣ ସତ୍ତ୍ବେ ଏହି ଆକ୍ରମଣ ଓ ପ୍ରତି ଆକ୍ରମଣ ନୂଆ ବିବାଦକୁ ସୃଷ୍ଟି କରିଛି।

Related Articles

Leave a Reply

Your email address will not be published.

Back to top button