ଖୁବଶୀଘ୍ର ୫ ଜି ନେଟୱର୍କ

ନୂଆଦିଲ୍ଲୀ: ଦେଶରେ ୫ଜି ମୋବାଇଲ ପ୍ରଯୁକ୍ତିର ପରୀକ୍ଷଣ ଲାଗି କେନ୍ଦ୍ର ସରକାର ଭାରତୀ ଏୟାରଟେଲ, ରିଲାଏନ୍ସ ଜିଓ, ଭୋଡ଼ାଫୋନ ଆଇଡିଆ ଓ ଏଟିଏନଏଲକୁ ଅନୁମତି ଦେଇଛନ୍ତି । ଏହି କମ୍ପାନୀ ଗୁଡ଼ିକୁ ଏରିକସନ, ନୋକିଆ, ସାମସଙ୍ଗ ଓ ସି-ଡଟ ଭଳି କମ୍ପାନୀ ସହ ସହଯୋଗିତା ସ୍ଥାପନ କରି ୫ଜି ସେବାର ପରୀକ୍ଷଣ କରିବେ । ଜିଓ ନିଜସ୍ୱ ପ୍ରଯୁକ୍ତିରେ ପରୀକ୍ଷଣ କରିବ ।

ଛଅ ମାସ ପାଇଁ ପରୀକ୍ଷଣର ଅନୁମତି ଦିଆଯାଇଛି । ସେଥିରୁ ଦୁଇ ମାସ ଉପକରଣ ମଗାଇବା ଓ ସ୍ଥାପନ କରିବା ଲାଗି ଦିଆଯାଇଛି । ଆଇଆଇଟି ମାଡ୍ରାସ ଓ ଆଇଆଇଟି ହାଇଦ୍ରାବାଦ ବିକଶିତ କରିଥିବା ୫ ଜିଆଇ ପ୍ରଯୁକ୍ତିର ମଧ୍ୟ ପରୀକ୍ଷଣ ଲାଗି କମ୍ପାନୀଗୁଡ଼ିକୁ କୁହାଯାଇଛି ।

Related Articles

Leave a Reply

Your email address will not be published.

Back to top button