କୋଭିଡ ପରିଚାଳନା ପାଇଁ ୩ ଜିଲ୍ଲାକୁ ୭ କୋଟି ଘୋଷଣା

ଭୁବନେଶ୍ୱର : କରୋନାର ମୁକାବିଲା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତିନି ଜିଲ୍ଲା ପାଇଁ ସ୍ୱତନ୍ତ୍ର ଅର୍ଥ ରାଶି ଘୋଷଣା କରିଛନ୍ତି  । ପୁରୀ ନିମନ୍ତେ ୨ କୋଟି, ସୁବର୍ଣ୍ଣପୁର ପାଇଁ ୧ କୋଟି ଓ ସମ୍ବଲପୁର ସକାଶେ ୪ କୋଟି ୬୨ ଲକ୍ଷ ଟଙ୍କା ଘୋଷଣା କରାଯାଇଛି  । ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ଏହି ଅର୍ଥ ପ୍ରଦାନ କରାଯିବ  । ପୁରୀ ଜିଲ୍ଲାକୁ ପୂର୍ବରୁ ରାଜ୍ୟ ସରକାର ୧୪ କୋଟି ୫୯ ଲକ୍ଷ ୭୪ ହଜାର ୪୦୮ ଟଙ୍କା ଦେଇଥିଲେ  । ଏବେ ୨ କୋଟି ଘୋଷଣା କରାଯାଇଥିବାରୁ ପୁରୀ ଜିଲ୍ଲା ୧୬.୫୯ କୋଟି ଟଙ୍କା ପାଇପାରିବ  । ସୁବର୍ଣ୍ଣପୁର ଜିଲ୍ଲା ନିମନ୍ତେ ପୂର୍ବରୁ ଅଢେ଼ଇ କୋଟି ଟଙ୍କା ଘୋଷଣା ହୋଇଥିବାବେଳେ ଏବେ ଆଉ ୧ କୋଟି ଟଙ୍କା ଅନୁଦାନ ଦିଆଯାଇଛି  । ସେହିପରି ସମ୍ବଲପୁର ଜିଲ୍ଲାକୁ ପୂର୍ବରୁ ୧୧ କୋଟି ୫୦ ଲକ୍ଷ ଟଙ୍କା ମିଳିଥିବାବେଳେ ଏବେ ଆଉ ୪ କୋଟି ୬୨ ଲକ୍ଷ ୮୦ ହଜାର ୬୯୨ ଟଙ୍କା ଦିଆଯାଇଛି  ।

Related Articles

Leave a Reply

Your email address will not be published.

Back to top button