କୋଭିଡ ଟେଷ୍ଟକୁ ଡଙ୍ଗରିଆ ଆଦିବାସୀଙ୍କ ବିରୋଧ

କଲ୍ୟାଣସିଂହପୁର: କରୋନା କ’ଣ ।  କରୋନା ବୋଲି କିଛି ନାହିଁ । ସେମିତି କିଛି ରୋଗ ନାହିଁ । ଆମକୁ ସେ ରୋଗ ହେବନାହିଁ ।  ଆମେ ନିୟମ ରଜାକୁ ପୂଜା କରୁଛୁ । ଆମର କିଛି ହେବନି ।  ଏଭଳି କହିଛନ୍ତି ନିୟମଗିରି ସୁରକ୍ଷା ମଞ୍ଚ ସଭାପତି  ସିକଦା ଲଦ । କେବଳ ଏତିକି ନୁହେଁ  ଡଙ୍ଗରିଆ ଆଦିବାସୀମାନେ କୋଭିଡ ଟେଷ୍ଟକୁ ବିରୋଧ ମଧ୍ୟ କରିଛନ୍ତି ।  ପାରସାଲୀରେ ମେଡିକାଲ ଟିମ  ଲୋକଙ୍କୁ ବୁଝାସୁଝା କଲେ ବି ଡଙ୍ଗରିଆ ଆଦିବାସୀ ସହଯୋଗ କରୁନଥିବା ଜଣାଯାଇଛି ।  ତେବେ ଲୋକଙ୍କୁ ବୁଝାସୁଝା ଉଦ୍ୟମ ଜାରି ରହିବ ବୋଲି ବିଡିଓ କାଳୁଚରଣ ନାୟକ କହିଛନ୍ତି ।  ପ୍ରକାଶ ଯେ, କରୋନା କବଳରୁ ବର୍ତ୍ତି ପାରିନାହାନ୍ତି ବିରଳ ଜନଜାତି ଡଙ୍ଗରିଆ ସମ୍ପ୍ରଦାୟ । ପୂର୍ବଘାଟ ପର୍ବତମାଳାର ନିୟମଗିରିରେ ବାସ କରୁଥିବା ୪ଟି ଡଙ୍ଗରିଆ ଗାଁକୁ କରୋନା ବ୍ୟାପିଛି । ପାରସାଲୀ ସରପଞ୍ଚଙ୍କ ସମେତ ଫାକେରୀ, ଚୁଡ଼ୁଣି, ଟେବାପଡ଼ା ଓ ନିର୍ଗୁଣ୍ଡି ଗ୍ରାମର ୧୯ ଡଙ୍ଗରିଆ ରବିବାର ସୁଦ୍ଧା ପଜିଟିଭ ଚିହ୍ନଟ ହୋଇଛନ୍ତି । ଡଙ୍ଗରିଆଙ୍କୁ କରୋନା ଛୁଇଁବା ପରେ ସ୍ଥିତି କିଭଳି ନିୟନ୍ତ୍ରଣ ହେବ ତାକୁ ନେଇ ପ୍ରଶାସନ ଚିନ୍ତାରେ ଥିବାବେଳେ  ଡଙ୍ଗରିଆ ଆଦିବାସୀ କିନ୍ତୁ କୋଭିଡ ଟେଷ୍ଟକୁ ବିରୋଧ କରିଛନ୍ତି ।  ପାରସାଲୀରେ ମେଡିକାଲ ଟିମ  ଲୋକଙ୍କୁ ବୁଝାସୁଝା କଲେ ବି ଡଙ୍ଗରିଆ ଆଦିବାସୀ ସହଯୋଗ କରୁନଥିବା ଜଣାଯାଇଛି ।  ତେବେ ଲୋକଙ୍କୁ ବୁଝରସୁଝା ଉଦ୍ୟମ ଜାରି ରହିବ ବୋଲି ବିଡିଓ କାଳୁଚରଣ ନାୟକ କହିଛନ୍ତି ।

Related Articles

Leave a Reply

Your email address will not be published.

Back to top button