କର୍ଣ୍ଣାଟକରେ ୧୪ ଦିନିଆ ଲକଡାଉନ

ବେଙ୍ଗାଲୁର : ପୁଣି ଥରେ କର୍ଣ୍ଣାଟକକୁ ଫେରିଛି ଲମ୍ବା ଲକଡାଉନ  । କରୋନା ସଂକ୍ରମଣ ଦ୍ରୁତ ଗତିରେ ବୃଦ୍ଧି ପାଇଥିବାରୁ ଏଭଳି ପଦକ୍ଷେପ ଗ୍ରହଣ କରାଯାଇଛି । ଆସନ୍ତାକାଲି ଠାରୁ ୧୪ ଦିନିଆ ଲକଡାଉନ ପାଇଁ ୟେଦୁରପ୍ପା ସରକାର ଘୋଷଣା କରିଛନ୍ତି  । ଗତ ୨୪ ଘଣ୍ଟା ମଧ୍ୟରେ କର୍ଣ୍ଣାଟକରେ ୩୪ ହଜାର ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି  ।

ଗତକାଲି ମଧ୍ୟ କରୋନା ସଂକ୍ରମିତଙ୍କ ସଂଖ୍ୟା ୩୪ ହଜାର ୮୦୪ ରହିଥିଲା  । ବିଶେଷକରି ବେଙ୍ଗାଲୁର ଅର୍ବାନରେ ୨୪ ଘଣ୍ଟା ମଧ୍ୟରେ ୨୦୭୩୩ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି  । କରୋନା ସଂକ୍ରମଣର ଗତିକୁ ରୋକିବା ପାଇଁ ଏଭଳି କଠୋର ପଦକ୍ଷେପ ଗ୍ରହଣ କରିଛନ୍ତି କର୍ଣ୍ଣାଟକ ସରକାର  । କରୋନା ସଂକ୍ରମଣର ଚେନ ଭାଙ୍ଗିବା ପାଇଁ ୧୪ ଦିନିଆ ଲକଡାଉନ କରାଯାଇଛି । ତେବେ ଲୋକମାନଙ୍କୁ ଅତ୍ୟାବଶ୍ୟକୀୟ ସେବା ଯୋଗାଇ ଦିଆଯିବ ବୋଲି କୁହାଯାଇଛି  ।

Related Articles

Leave a Reply

Your email address will not be published.

Back to top button